ଆଡଲ୍ଫ ହିଟ୍‌ଲରଙ୍କ ଘଣ୍ଟା ନିଲାମ, ଏତିକି ଦାମ୍‌ରେ ହେଲା ବିକ୍ରି

ଓ୍ବାଶିଂଟନ,୩୦ା୭: ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଘଣ୍ଟା ଆମେରିକାରେ ୧୧ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮ କୋଟି ୭୧ ଲକ୍ଷ ୧୪ ହଜାର ୫୦୦ ଟଙ୍କାରେ ନିଲାମ କରାଯାଇଛି। ଜର୍ମାନ ଓ୍ବାଚ୍‌ ଫାର୍ମ ହ୍ୟୁବର୍‌ ଦ୍ୱାରା ନିର୍ମିତ ଏହି ଘଣ୍ଟାରେ ତାଙ୍କ ପ୍ରତୀକ ଏବଂ ଇଂରାଜୀରେ ଏଏଚ୍‌ ଖୋଦିତ ହୋଇଛି। ଏହି ଘଣ୍ଟା ମେରିଲ୍ୟାଣ୍ଡର ଆଲେକ୍‌ଜାଣ୍ଡାର୍‌ ଐତିହାସିକ ନିଲାମରେ ଜଣେ ଅଜ୍ଞାତ ବିଡରଙ୍କୁ ବିକ୍ରି କରାଯାଇଥିଲା।

ନିଲାମ ହାଉସ କହିଛି, ଜର୍ମାନୀର କୁଳପତି ହେବା ପରେ ୨୦ ଏପ୍ରିଲ ୧୯୩୩ରେ ତାଙ୍କର ୪୪ ତମ ଜନ୍ମଦିନରେ ଏହି ଘଣ୍ଟା ହିଟଲରଙ୍କୁ ଦିଆଯାଇଥିଲା। ନିଲାମଧାରୀ କହିଛନ୍ତି, ଅନୁସନ୍ଧାନକାରୀ ଏବଂ ସାମରିକ ଐତିହାସିକମାନେ ଏହାକୁ ପ୍ରାମାଣିକ ଏବଂ ଆଡଲ୍ଫ ହିଟଲରଙ୍କ ଘଣ୍ଟା ବୋଲି ବିବେଚନା କରିଛନ୍ତି।

୧୯୪୫ ମେ’ ୪ରେ ଯେତେବେଳେ ପ୍ରାୟ ୩୦ ଜଣ ଫରାସୀ ସୈନିକଙ୍କ ଏକ ଦଳ ହିଟଲରଙ୍କ ପାର୍ବତୀୟ ସ୍ଥଳ ବରଧୋକ ଉପରେ ଆକ୍ରମଣ କରିଥିଲେ, ସେତେବେଳେ ଘଣ୍ଟାକୁ ଯୁଦ୍ଧର ସ୍ମୃତି ଭାବରେ ନିଆଯାଇଥିଲା।

ନିଲାମ ହାଉସ ଅନୁଯାୟୀ, ଦଳର ଅନ୍ୟତମ ସଦସ୍ୟ ସାଞ୍ଜରେଟ୍‌ ରବର୍ଟ ମିଗ୍‌ନାଟ ଘଣ୍ଟା ସହିତ ଫ୍ରାନ୍ସକୁ ଫେରି ନିଜ ସମ୍ପର୍କୀୟଙ୍କ ଭାଇଙ୍କୁ ବିକ୍ରି କରିଥିଲେ। ଏହି ଘଣ୍ଟା ପୂର୍ବରୁ କେବେ ବିକ୍ରି ପାଇଁ ଦିଆଯାଇ ନ ଥିଲା।

Share