ଆସିଲା ଏଡିଆର ରିପୋର୍ଟ: ୩୪ ପ୍ରାର୍ଥୀ ମାଟ୍ରିକ ଫେଲ୍‌

ଭୁବନେଶ୍ୱର,୧୪।୫: ୨ୟ ପର୍ଯ୍ୟାୟ ନିର୍ବାଚନ ମେ’୨୦ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି। ୨ୟ ପର୍ଯ୍ୟାୟ ନିର୍ବାଚନରେ ୮୭ ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା ଏବଂ ୨୬ ଜଣଙ୍କ ନାଁରେ ଗୁରୁତର ଅପରାଧ ରହିଥିବା ନେଇ ଏଡିଆର୍‌ ରିପୋର୍ଟରେ ସାମ୍ନାକୁ ଆସିଛି। ସେହିପରି ୫ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ, ୧୬ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ରହିଛି। ୧୧ ଜଣ ପ୍ରାର୍ଥୀଙ୍କ ନାଁରେ ମହିଳା ସମ୍ପର୍କିତ ମାମଲା ଥିବା ସୂଚନା ରହିଛି। ଅନ୍ୟପଟେ ୫୩ ସ୍ନାତକ, ୩୧ ସ୍ନାତକୋତ୍ତର, ୩୪ ପ୍ରଫେସନାଲ ଡିଗ୍ରୀଧାରୀ ରହିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୩୪ ପ୍ରାର୍ଥୀ ମାଟ୍ରିକ ଫେଲ୍‌ ନେଇ ଏଡିଆର୍‌ ରିପୋର୍ଟରେ ଦର୍ଶାଯାଇଛି।

Share