Categories: ଜାତୀୟ

ସାବାଳକ ଯୋଡ଼ା ଏକତ୍ର ରହିପାରିବେ, ମାତାପିତା କରି ପାରିବେନି ହସ୍ତକ୍ଷେପ: ଲିଭଇନ ସମ୍ପର୍କ ନେଇ ହାଇକୋର୍ଟଙ୍କ ରାୟ…

ପ୍ରୟାଗରାଜ,୭।୯ : ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ସାବାଳକ ଯୋଡ଼ାମାନଙ୍କର ଏକାଠି ରହିବାର ସ୍ବାଧୀନତା ରହିଛି। ପିତାମାତାଙ୍କ ସମେତ ଅନ୍ୟ କାହାର ସେମାନଙ୍କ ଶାନ୍ତିପୂର୍ଣ୍ଣ ଜୀବନରେ ହସ୍ତକ୍ଷେପ କରିବାର ଅଧିକାର ନାହିଁ। ସେମାନେ ବିଭିନ୍ନ ଜାତି କିମ୍ବା ଧର୍ମର ହୋଇଥାନ୍ତୁ ସେ ନେଇ କୌଣସି ସମସ୍ୟା ନାହିଁ।

ଅଦାଲତ କହିଛନ୍ତି ଯଦି କେହି ସେମାନଙ୍କୁ ଲିଭଇନ ସମ୍ପର୍କରେ ହଇରାଣ କରନ୍ତି କିମ୍ବା ଧମକ ଦିଅନ୍ତି, ତେବେ ପୋଲିସ କମିଶନର ତାଙ୍କ ଆବେଦନ ଉପରେ ସେହି ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇବା ଉଚିତ। କୋର୍ଟ କହିଛନ୍ତି ସେମାନେ ନିଜ ପସନ୍ଦ ଅନୁଯାୟୀ ଏକାଠି ରହିବାକୁ କିମ୍ବା ବିବାହ କରିବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ପାଇଛନ୍ତି। ଏହି ଅଧିକାରରେ ହସ୍ତକ୍ଷେପ କରିବାର କାହାର ଅଧିକାର ନାହିଁ।

ଏହି ଅଧିକାରଗୁଡିକରେ ହସ୍ତକ୍ଷେପ ଧାରା ୧୯ ଏବଂ ୨୧ ର ଉଲ୍ଲଂଘନ ହେବ। ଜଷ୍ଟିସ ସୁରେନ୍ଦ୍ର ସିଂ ଗୌତମ ବୁଦ୍ଧ ନଗରର ରଜିଆ ଏବଂ ଅନ୍ୟମାନଙ୍କ ଆବେଦନକୁ ଖାରଜ କରି ଏହି ରାୟ ଦେଇଛନ୍ତି।

ଆବେଦନକାରୀ କହିଛନ୍ତି ଉଭୟ ବୟସ୍କ ଏବଂ ନିଜ ନିଜ ଇଚ୍ଛାରେ ଲିଭଇନ ସମ୍ପର୍କରେ ରହୁଛନ୍ତି। ଭବିଷ୍ୟତରେ ବିବାହ କରିବାକୁ ଚାହୁଁଛନ୍ତି । ଅଭିଭାବକ ତଥା ପରିବାର ସଦସ୍ୟ ଅସନ୍ତୁଷ୍ଟ ଏବଂ ଧମକ ଦେଉଛନ୍ତି। ସେମାନଙ୍କୁ ଅନର କିଲିଂ କରାଯାଇପାରେ ବୋଲି ଆଶଙ୍କା ରହିଛି। ୪ ଅଗଷ୍ଟ ୨୦୨୩ ରେ ସେମାନେ ପୋଲିସ କମିସନରଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ସୁରକ୍ଷା ମାଗିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପର୍ଯ୍ୟନ୍ତ କୌଣସି ଏଫଆଇଆର୍‌ ପଞ୍ଜିକୃତ ହୋଇନାହିଁ।

ଅତିରିକ୍ତ ସରକାରୀ ଆଡଭୋକେଟ କହିଛନ୍ତି ଉଭୟ ଭିନ୍ନ ଧର୍ମର ଅଟନ୍ତି। ଲିଭଇନ ସମ୍ପର୍କରେ ରହିବା ମୁସଲିମ ନିୟମ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ଯେଉଁଥିରେ କୋର୍ଟ ସୁପ୍ରିମକୋର୍ଟର ଅନେକ ନିଷ୍ପତ୍ତିର ଉଦ୍ଧୃତ କରିଛନ୍ତି ଏବଂ କହିଛନ୍ତି କୌଣସି ବୟସ୍କ ଦମ୍ପତିଙ୍କର ସେମାନେଙ୍କର ଇଚ୍ଛା ଅନୁଯାୟୀ ଏକାଠି ରହିବାର ଅଧିକାର ରହିଛି। ସେମାନଙ୍କର ଜାତି ଧର୍ମ ଭିନ୍ନ ହୋଇଥାଏ ଏଥିରେ କିଛି ଯାଏ ଆସେ ନାହିଁ। ଯଦି କେହି ହଇରାଣ କରନ୍ତି କିମ୍ବା ହିଂସା କରନ୍ତି ତେବେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏହା ସହିତ କୋର୍ଟ ଏହି ପିଟିଶନକୁ ଖାରଜ କରିଛନ୍ତି।

Share