ମଣିପାଲ ହସ୍ପିଟାଲରେ ଆଡଲ୍ଟ ଇମ୍ୟୁନାଇଜେଶନ କ୍ଲିନିକ୍‌

ଭୁବନେଶ୍ୱର,୨୧।୭(ଅନୁରାଧା ମହାରଣା): ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ମଣିପାଲ ହସ୍ପିଟାଲରେ ଆଡଲ୍ଡ ଇମ୍ୟୁନାଇଜେଶନ କ୍ଲିନିକ୍‌ ଉଦ୍‌ଘାଟିତ ହୋଇଯାଇଛି। ଫାଇଜର ଲିମିଟେଡ୍‌ ସହଭାଗିତାରେ ପ୍ରସ୍ତୁତ ଏହି କ୍ଲିନିକ୍‌ରେ ବୟସ୍କମାନଙ୍କ ନିମନ୍ତେ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି। ହସ୍ପିଟାଲର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର କ୍ଲିନିକ୍‌ର ଉଦ୍‌ଘାଟନୀ ଉସତ୍ବରେ ଯୋଗଦେଇ କହିଛନ୍ତି, ବୟସ୍କ ଟିକାକରଣକୁ ପ୍ରୋତ୍ସାହିତ କରିବା କେବଳ ରୋଗକୁ ରୋକି ନ ଥାଏ ବରଂ ସୁସ୍ଥ ରଖିଥାଏ ଏବଂ ଆର୍ଥିକ ବିକାଶ ତଥା ସାମାଜିକ ସୁସ୍ଥତାକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମଣିପାଲ ହସ୍ପିଟାଲର ଆସୋସିଏଟ କନ୍‌ସଲଟାଣ୍ଟ (ସଂକ୍ରାମକ ରୋଗ) ଡା. ଶୁଭଶ୍ରୀ ସାମନ୍ତରାୟ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ନିମୋକୋକାଲ ଟିକାକରଣର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ। ହସ୍ପିଟାଲର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ସିଦ୍ଧାର୍ଥ ମିଶ୍ର ଏବଂ ଫାଇଜର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅଭିଜ୍ଞ ପରାମର୍ଶଦାତାଙ୍କୁ ନେଇ ଗଠିତ ଏକ ପ୍ୟାନେଲରେ ଏହି ଟିକାକରଣ ଉପରେ ଆଲୋଚନା କରାଯାଇଥିଲା। ସେହିପରି ଫୁସ୍‌ଫୁସ୍‌ ରୋଗୀଙ୍କ ପାଇଁ ପ୍ରତିରୋପଣ ଆବଶ୍ୟକତା ଉପରେ ପଲ୍‌ମୋନାରି ମେଡିସିନ ଏବଂ ସ୍ବତନ୍ତ୍ର ଯତ୍ନ ଉପରେ ବରିଷ୍ଠ ପରାମର୍ଶଦାତା ଡା. ଶରତ କୁମାର ବେହେରା ଗୁରୁତ୍ୱାରୋପ କରିଥିଲେ। ଗର୍ଭବତୀ ଏବଂ ଯୁବତୀମାନଙ୍କ ପାଇଁ ଟିକା ରଣନୀତି ଉପରେ ସ୍ତ୍ରୀରୋଗ ବିଶେଷଜ୍ଞ ତଥା ବରିଷ୍ଠ ପରାମର୍ଶଦାତା ଡା. ହରପ୍ରୀତ କୌର ମତ ରଖିଥିଲେ। ଯାତ୍ରା କରିବା ପୂର୍ବରୁ ଏବଂ ପ୍ରତିରୋପଣକାରୀ ରୋଗୀଙ୍କ ପାଇଁ ଟିକାକରଣର ଆବଶ୍ୟକତା ଉପରେ ଇଣ୍ଟରନାଲ ମେଡିସିନର ପରାମର୍ଶଦାତା ଡା. ତନ୍ମୟ ସାହୁ ଆଲୋକପାତ କରିଥିଲେ। ମେଡିକାଲ ବ୍ୟାପାର ନିର୍ଦ୍ଦେଶକ ଫିଫାଇଜର ଡା. ସନ୍ତୋଷ ତୌର କହିଛନ୍ତି, ଏହି କ୍ଲିନିକ୍‌ର ସ୍ଥାପନା ଦେଶର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସମର୍ଥନ କରିବା ପାଇଁ ଆମ ପ୍ରୟାସରେ ଏକ ମାଇଲଖୁଣ୍ଟ ତିଆରି କରିଛି। ଏହି କ୍ଲିନିକ୍‌ରେ ହେପାଟାଇଟିସ୍‌ ଏ ଏବଂ ହେପାଟାଇଟିସ୍‌ ବି, ଏଚ୍‌ପିଭି ସଂକ୍ରମଣ, ଚିକେନ୍‌ପକ୍ସ ଏବଂ ଭାରିସେଲା, ମିଳିମିଳା, ଇନ୍‌ଫ୍ଲୁଏନ୍‌ଜା, ମିସେଲସ, ମମ୍ପସ ଏବଂ ରୁବେଲା, କୋଭି, ଟିଟାନସ୍‌, ଡିପ୍‌ଥେରିଆ ଏବଂ ପର୍ଟ୍ୟୁସିସ, କୋଭିଡ୍‌-୧୯ ଆଦି ରୋଗ ପ୍ରତିରୋଧ ପାଇଁ ଟିକା ପ୍ରଦାନ ବ୍ୟବସ୍ଥା ରହିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।

Share