ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ। ଏହା ଡାଇବେଟିସ୍‌,ତ୍ୱଚାରୁ ନେଇ ହାଡ଼ ଶକ୍ତ କରିଥାଏ। ହେଲେ ଏବେ ବଜାରରେ ନକଲି ‘ଅଲମଣ୍ଡ’ ମିଳୁଛି। ଏମିତିରେ କିଛି ସହଜ ପ୍ରକ୍ରିୟା ଯୋଗୁ ଏହାକୁ ଆପଣ ଚିହ୍ନି ପାରିବେ…
ଦୀପାବଳି ଆସିବାକୁ ଯାଉଥିବାରୁ ଏହି ଅବସରରେ ଡ୍ରାଏଫ୍ରୁଟ୍ସ ବିକ୍ରି ବୃଦ୍ଧି ପାଇବ। ଏମିତିରେ ଅସଲ ବାଦାମ ସ୍ଥାନରେ ନକଲି ବିକ୍ରି ବୃଦ୍ଧି ପାଉଛି।
ନକଲି ‘ଆଲମଣ୍ଡ’ରେ କ’ଣ ମିଶା ଯାଉଛି?
ନକଲି ‘ଆଲମଣ୍ଡ’ ପ୍ରସ୍ତୁତ କରିବା ଲାଗି ହାଇଡ୍ରୋଜେନ୍‌ ପେରୋକ୍ସାଇଡ୍‌  ଏବଂ ବ୍ଲିଚିଂ ଭଳି ହାନିକାରକ ରସାୟନିକ ପଦାର୍ଥ ବ୍ୟବହାର କରାଯାଏ। ଏହା ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଅସଲି ‘ଆଲମଣ୍ଡ’ ସେବନ ପେଟ ସମ୍ବନ୍ଧୀୟ ସମସ୍ୟା ଲାଗି ଲାଭଦାୟକ ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ପେଟ ଏବଂ ଯକୃତ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
କ୍ୟାନ୍‌ସରର କାରଣ:
ମିଶ୍ରିତ ‘ଆଲମଣ୍ଡ’ ସେବନ ଯୋଗୁ ଶରୀରରେ ବିଷାକ୍ତ ତତ୍ତ୍ୱ ବୃଦ୍ଧି ପାଇଥାଏ। ହର୍ମୋନ ସନ୍ତୁଳନ ବିଗିଡ଼ି ଯାଇଥାଏ। ଏହାଦ୍ୱାରା କ୍ୟାନ୍‌ସର ହେବାର ବିପଦ ବୃଦ୍ଧି ପାଇଥାଏ। ଏହା ବୃକକ୍‌ ଏବଂ ଯକୃତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।
ରଙ୍ଗ:
ଅସଲି ଏବଂ ନକଲି ‘ଆଲମଣ୍ଡ’ ରଙ୍ଗରେ ବହୁତ ଫରକ ଥାଏ। ଅସଲି ‘ଆଲମଣ୍ଡ’ ହାଲ୍‌କା ବାଦାମୀ ରଙ୍ଗର ହୋଇଥିବା ବେଳେ ନକଲି ‘ଆଲମଣ୍ଡ’ ଗାଢ଼ ବାଦାମୀ ରଙ୍ଗର ହୋଇଥାଏ।
ପାଣି ବ୍ୟବହାର କରି ଜାଣନ୍ତୁ:
ଏକ ଗ୍ଲାସ ପାଣିରେ କିଛି ‘ଆଲମଣ୍ଡ’ ପକାନ୍ତୁ। ଯଦି ଏହା କିଛି ସମୟ ପରେ ବୁଡ଼ି ଯାଏ ତେବେ ଏହା ଅସଲି। ନକଲି ‘ଆଲମଣ୍ଡ’ ପାଣିରେ ଭାସିଥାଏ।
କାଗଜ ବ୍ୟବହାର କରି ବି ଜାଣିପାରିବେ:
ଅସଲି ଏବଂ ନକଲି ‘ଆଲମଣ୍ଡ’କୁ ଚିହ୍ନିବା ଲାଗି କାଗଜ ବ୍ୟବହାର କରିପାରିବେ। ଏଥିଲାଗି କାଗଜରେ ବାଦାମକୁ ଗୁଡ଼ାଇ ଭାଙ୍ଗନ୍ତୁ। ଅସଲି ‘ଆଲମଣ୍ଡ’ ଥିଲେ ତା ଦେହରୁ ତେଲ ବାହାରିବ, ଯାହାକି କାଗଜରେ ନଜର ଆସିବ। ସେହିଭଳି ନକଲି ‘ଆଲମଣ୍ଡ’ରୁ ତେଲ ବାହାରିବ ନାହିଁ।
ବାସ୍ନା ଏବଂ ସ୍ବାଦ:
ଅସଲି ‘ଆଲମଣ୍ଡ’କୁ ଭାଙ୍ଗି ସୁଙ୍ଘିଲେ ଭଲ ବାସ୍ନା ବାସିଥାଏ। ନକଲି ‘ଆଲମଣ୍ଡ’ରୁ କିଛି ବାସ୍ନା ଆସି ନ ଥାଏ ନଚେତ ଖରାପ ବାସ୍ନା ଆସିଥାଏ। ଅସଲି ‘ଆଲମଣ୍ଡ’ ଖାଇବାକୁ ମିଠା ଲାଗୁଥିବା ବେଳେ ନକଲି ‘ଆଲମଣ୍ଡ’ ଖାଇବାକୁ କଷା ଲାଗିବ।
ସବୁଠାରୁ ସହଜ ଉପାୟ:
ଅସଲି ଏବଂ ନକଲି ‘ଆଲମଣ୍ଡ’ ଚିହ୍ନିବା ଲାଗି ସବୁଠାରୁ ସହଜ ଉପାୟ ହେଲା ଆପଣ ରାତିରେ ଗୋଟିଏ ଗିନା ପାଣିରେ ମୁଠାଏ ‘ଆଲମଣ୍ଡ’ ପକାନ୍ତୁ। ସକାଳୁ ପାଣିରୁ ବାହାର କରି ଏହାର ଚୋପାକୁ ବାହାର କରିଦିଅନ୍ତୁ। ପ୍ରାକୃତିକ ‘ଆଲମଣ୍ଡ’ର ଚୋପା ସହଜରେ ବାହାରି ଯାଇଥାଏ। ଧଳା ବାଦାମ ନଜର ଆସିବ।
ଏହାପରେ ପାଣିର ରଙ୍ଗ ଦେଖନ୍ତୁ। ଯଦି ପାଣିର ରଙ୍ଗ ସଫା ତେବେ ‘ଆଲମଣ୍ଡ’ ଅସଲି। ନଚେତ ‘ଆଲମଣ୍ଡ’ରେ କେମିକାଲ ବ୍ୟବହାର କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

ଅଖରୋଟ୍‌ ଖାଇଲେ ମିଳେ ଏସବୁ ଫାଇଦା

ଅଖରୋଟ୍‌ ଏପରି ଏକ ଶୁଖିଲା ଫଳ, ଯାହା ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିବ। ନିକଟରେ ହୋଇଥିବା ଏକ ଅଧ୍ୟୟନ...

କୃତ୍ରିମ ବୁଦ୍ଧିମତ୍ତା

ଯଦିଓ କୃତ୍ରିମ ବୁଦ୍ଧିମତ୍ତାର ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟ ଆମେ ବର୍ତ୍ତମାନ ଆଣିଛୁ ତଥାପି କୃତ୍ରିମ ବୁଦ୍ଧିମତ୍ତା ମାନବ ସମାଜକୁ ଅନେକ ଉପାୟରେ ଉପକୃତ କରିବାର ସାମର୍ଥ୍ୟ...

ବ୍ରେନ୍‌ ଟ୍ୟୁମର: କାରଣ, ସତର୍କତା

ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ୨୮ଟି ଛୋଟବଡ଼ ହାଡ଼କୁ ନେଇ ଗଠିତ। ଖପୁରି ଭିତରେ ମସ୍ତିଷ୍କ ସୁରକ୍ଷିତ...

ଶେଯରେ ବସି ଖାଉଥିଲେ ନିହାତି ଜାଣନ୍ତୁ..

ପୂର୍ବେ, ଲୋକମାନେ ଭୂମି ଉପରେ ଚକା ପକାଇ ଭୋଜନ କରୁଥିଲେ। କିନ୍ତୁ ପରିବର୍ତ୍ତିତ ସମୟାନୁସାରେ ଏହାର ସ୍ଥାନ ଡାଇନିଂ ଟେବୁଲ୍‌ ନେଇଗଲା। ହେଲେ ଏବେ ବି...

ଦଶହରାରେ କ’ଣ କଲେ ହୁଏ ଶୁଭ, ଜାଣନ୍ତୁ ….

ଦଶହରାରେ ଘରକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ମା’ଙ୍କ କୃପା ଲଭିବାକୁ ଘରେ ଘରେ ସ୍ବତନ୍ତ୍ର ପୂଜାବିଧିର ଆୟୋଜନ କରାଯାଇଥାଏ। ତେବେ ବାସ୍ତୁଶାସ୍ତ୍ର ଅନୁସାରେ, ଏମିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri