କାବୁଲ,୩୦।୩: ଆଫଗାନିସ୍ତାନୀ ଯୁବତୀମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବା ପରେ ତାଲିବାନ ଏବେ ବ୍ୟଭିଚାରରେ ସମ୍ପୃକ୍ତ ମହିଳାଙ୍କ ପାଇଁ କଠୋର ଦଣ୍ଡ ଘୋଷଣା କରିଛି। ବ୍ୟଭିଚାରିଣୀଙ୍କୁ ସର୍ବସମ୍ମୁଖରେ ଚାବୁକ ମାଡ଼ କରାଯିବା ସହ ପଥର ଫିଙ୍ଗି ମାରିଦିଆଯିବ ବୋଲି ତାଲିବାନ ସୁପ୍ରିମୋ ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା ଏକ ଅଡିଓ ବାର୍ତ୍ତାରେ କହିଛନ୍ତି। ଶାରିଆ ଆଇନ ସହ ପାଶ୍ଚାତ୍ୟର ଦ୍ୱନ୍ଦ୍ୱ ମହିଳା ଅଧିକାରକୁ ସମର୍ଥନ କରୁଥିଲା। ତେବେ ପାଶ୍ଚାତ୍ୟ ଗଣତନ୍ତ୍ର ବିରୋଧରେ ଲଢ଼େଇ ଜାରି ରଖିବାକୁ ଅଖୁନ୍ଦଜାଦା ସଂକଳ୍ପ ନେଇଛନ୍ତି। ଆଫଗାନ ମହିଳାମାନେ ବନ୍ଦୀ ଜୀବନଯାପନ କରୁଥିବା କହିଛନ୍ତି। ତାଲିବାନ ଆଫଗାନିସ୍ତାନକୁ ପୁଣିଥରେ ଅନ୍ଧକାର ଯୁଗକୁ ନେଇଯିବ ବୋଲି ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି।