Advertisement

ଆରମ୍ଭ ହେଲା ‘ଭେଡିୟା’ର ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ସବୁବେଳେ ତାଙ୍କ ଫିଲ୍ମକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ବରୁଣଙ୍କ ଫିଲ୍ମ ନଭେମ୍ବର ୨୫ରେ ରିଲିଜ୍ ହେବାକୁ ଯାଉଛି । ଏହାର ପ୍ରମୋଶନ ସେ ଖୁବ୍ ଜୋରରେ କରୁଛନ୍ତି । ବେଶକିଛି ସମୟ ହେବ ବରୁଣଙ୍କ ଫିଲ୍ମ ‘ଭେଡିୟା’କୁ ଦର୍ଶକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମକୁ ନେଇ ବରୁଣ ଏବେ ଏକ ଅପଡେଟ୍ସ ଦେଇଛନ୍ତି । ଆକ୍ଟର ଏବେ ଫିଲ୍ମର ଏକ ପୋଷ୍ଟର ତାଙ୍କ ସୋସିଆଲ ମିଡିଆରେ ଶେୟାର କରି ଲେଖିଛନ୍ତି, ‘ଭେଡିୟା’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।
ବରୁଣ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟର ଶେୟାର କରି କ୍ୟାପଶନରେ ଲେଖିଛନ୍ତି, ‘ଭେଡିୟା ପାଇଁ ଏବେ ଆଉ ଗୋଟିଏ ସପ୍ତାହ ବାକି ରହିଛି, ଆଡଭାନ୍ସ ବୁକିଂ କାଲିଠାରୁ ଆରମ୍ଭ ହେବ ।’ ଏହି ପୋଷ୍ଟ ଉପରେ ବହୁ ଏକ୍ସାଇଟେଡ ଫ୍ୟାନ୍ସ କମେଣ୍ଟ କରି ଲେଖିଛନ୍ତି, ଅଲ ଦ ବେଷ୍ଟ ଭିଡି । ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ଚଳିତ ବର୍ଷର ସବୁଠାରୁ ପ୍ରଥମ ଫିଲ୍ମ ଦେଖିବାକୁ ଯାଉଛି । ଆଉ ଏହା ହେଉଛି ଭେଡିୟା । ଆଉ କେତେଜଣ ଲେଖିଛନ୍ତି, କ୍ୟାଣ୍ଟ ୱେଟ । କମେଣ୍ଟସକୁ ଦେଖିଲେ ସେମାନଙ୍କ ଏକ୍ସାଇଟମେଣ୍ଟ ସମ୍ପର୍କରେ ସହଜରେ ଅନୁମାନ କରାଯାଉଛି ।
ଏହାସହ ଫିଲ୍ମ ୨୫ ନଭେମ୍ବରରେ ରିଲଜ୍ ହେବାକୁ ଯାଉଛି । ଏଥିରେ ବରୁଣ ଧୱନଙ୍କ ସହ କ୍ରିତି ସାନନ, ଦୀପକ ଡେବରିୟାଲ ଓ ଅଭିଶେକ ବାନାର୍ଜୀ ନଜର ଆସିବେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel