Categories: ଜାତୀୟ

ଖରାପ ପାଗଯୋଗୁ ଫସିଗଲା ହେଲିକପ୍ଟର, କରିବାକୁ ପଡିଲା ଓ୍ବାନ ସ୍କିଡ ଲ୍ୟାଣ୍ଡିଂ

ଇଟାନଗର,୮।୭: ଅରୁଣାଚଳ ପ୍ରଦେଶରେ ଖରାପ ପାଗଯୋଗୁ ଭାରତୀୟ ସେନାର ଏକ ହେଲିକପ୍ଟର ଫସି ଯାଇଥିଲା। ହେଲିକପ୍ଟରକୁ ଚିକିତ୍ସା କାମ ଦିଆଯାଇଥିଲା ଓ ଶୁକ୍ରବାର ଏହାକୁ ପଠାଯାଇଥିଲା। ଖରାପ ପାଗ ଯୋଗୁ ହେଲିକପ୍ଟରଟି ଅଡୁଆରେ ପଡିଯାଇଥିଲା ଫଳରେ ଏହାର ଓ୍ବାନ ସ୍କିଡ ଲ୍ୟାଣ୍ଡିଂ କରାଇବାକୁ ପଡିଥିଲା। ଭାରତୀୟ ସେନା କହିଛି ଯେ ହେଲିକପ୍ଟରରେ ଥିବା ୨ ଜଣ ରୋଗୀଙ୍କୁ ବାହାର କରି ଜୋରହାଟ ନିଆଯାଇଛି।

Share