କରୋନାର ନୂଆ ଔଷଧ: ନାକରେ ଲଗାଇଲେ ମରିଯିବ ଭାଇରସ!

ଓ୍ବାଶିଂଟନ,୨୨।୮: କରୋନା ଭାଇରସ ସଂକ୍ରମଣରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଥିବା ବେଳେ ଏବେ କରୋନା ସଂକ୍ରମଣକୁ ନେଇ ଆମେରିକାର ସ୍ଥିତି ସବୁଠାରୁ ଖରାପ ରହିଛି। ଏଠାରେ ଲକ୍ଷାଧିକ ଲୋକ କରୋନା କବଳରେ ପଡି ଛଟପଟ ହେଉଛନ୍ତି। ସାରା ବିଶ୍ୱରେ କୋଟି କୋଟି ଲୋକ କରୋନା ମହାମାରୀ ସହ ଲଢି ଚାଲିଛନ୍ତି। କାରଣ ହେଉଛି ଏହାର ସଠିକ୍‌ ଚିକିତ୍ସା କିଛି ନାହିଁ। ତେଣୁ କରୋନା ତା’ର କାୟା ବିସ୍ତାର କରି ଚାଲିଛି। ଏବେ ଆମେରିକାର ଏକ କମ୍ପାନୀ ଦାବି କରିଛି ଯେ ଏକ ଅଏଣ୍ଟମେଣ୍ଟ ବା ମଲମ ଲଗାଇଲେ କରୋନା ଭାଇରସ ମରିଯିବ। ଆଡଭାନ୍ସଡ ପେନେଟ୍ରେଶନ ଟେକ୍ନୋଲୋଜି ଏଲ୍‌ଏଲ୍‌ସି ଏହି ଦାବି କରିଛି। କମ୍ପାନୀ କହିଛି ମଲମ ଲଗାଇବାର ୩୦ ସେକେଣ୍ଡ ମଧ୍ୟରେ କରୋନା ଭାଇରସ ମରିଯିବ। ନ୍ୟୁଜ ଏଜେନ୍ସି ପିଟିଆଇର ଏକ ଖବର ଅନୁଯାୟୀ, ଏହି ମଲମକୁ ଆମେରିକା ଔଷଧ ରେଗୁଲେଟର ଆମେରିକାର ଫୁଡ ଆଣ୍ଡ ଡ୍ରଗ ଏଡମିନିଷ୍ଟ୍ରେଶନ (USFDA)ରୁ ମଞ୍ଜୁରୀ ମିଳିଯାଇଛି। ଏବେ ଏହାକୁ ନନ୍‌ ପ୍ରେସକ୍ରିପଶନ ଓଭର ଦି କାଉଣ୍ଟର ଭାବେ ବିକ୍ରି କରାଯାଇ ପାରିବ ବୋଲି କୁହାଯାଉଛି। ଦାବି କରାଯାଉଛି କି ଏହା କରୋନା ଭାଇରସ ସହ ଅନ୍ୟ ଭାଇରସଙ୍କୁ ମଧ୍ୟ ମାରିବାରେ ସହାୟକ ହେବ। କମ୍ପାନୀ କହିଛି କି ଏହି ମଲମକୁ ନାକରେ ଲଗାଇ କରୋନା ସଂକ୍ରମଣଠାରୁ ଦୂରେଇ ରହିହେବ। ଏହା ୩୦ ସେକେଣ୍ଡ ମଧ୍ୟରେ ଭାଇରସକୁ ମାରିଦେବାର କ୍ଷମତା ରଖିଥିବା ଦାବି କରାଯାଉଛି। ଆମେରିକା ବ୍ୟତୀତ ଲଣ୍ଡନରେ ଥିବା ଲ୍ୟାବ ଭାଇରୋଲୋଜି ରିସର୍ଚ୍ଚ ସର୍ଭିସେଲ ଲିମିଟେଡ (VRSL) ଏହି ମଲମର ପରୀକ୍ଷା କରି ଜାଣିପାରିଛି ଏହା କରୋନା ଭାଇରସ ସହ ଇନଫ୍ଲୁଏଞ୍ଜା ଏ ଭାଇରସକୁ ମାରିଦେଇ ପାରିବ। ଏହାକୁ ଦୁଇମାସ ପରୀକ୍ଷା କରିବା ପରେ ଯାଇ ମଞ୍ଜୁରୀ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Sunita Williams Returns: ସମୁଦ୍ରରେ ଖସିଯିବେ ସୁନୀତା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରି ଯାଇଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି...

କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ...

ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ପର୍ଦ୍ଦାଫାସ କଲେ ତୁଳସୀ, ରାଗିଗଲେ ୟୁନୁସ ସରକାର

ଢାକା,୧୮।୩: ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡଙ୍କ ମନ୍ତବ୍ୟକୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ପ୍ରତ୍ୟାଖ୍ୟାନ କରିଛି।...

ସୁନୀତାଙ୍କ ଲ୍ୟାଣ୍ଡିଂ ସମୟରେ ବଡ଼ ବିପଦ, ପୃଥିବୀର ନିକଟତର ହେଲେ ଭସ୍ମ ହୋଇଯିବ ସ୍ପେସକ୍ରାଫ୍ଟ!

ନୂଆଦିଲ୍ଲୀ,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ନେଇ ମହାକାଶଯାନ ପୃଥିବୀ ଅଭିମୁଖେ ଯାତ୍ରା କରିଛି। କିନ୍ତୁ ସୁନୀତାଙ୍କ ଅବତରଣ ସହଜ ହେବ ନାହିଁ ବୋଲି ମଧ୍ୟ...

ମହାକାଶରୁ ଫେରିବା ପରେ ଶିଶୁଙ୍କ ପରି କାହିଁକି ଚାଲନ୍ତି ମହାକାଶଚାରୀ, କାରଣ ଜାଣିଲେ ତାଜୁବ ହେବେ

ଆମେରିକୀୟ ମହାକାଶ ସଂସ୍ଥା ନାସା କହିଛି ଯେ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଥିବା ସୁନୀତା ୱିଲିୟମ୍ସ ଏବଂ...

Sunita Williams Return: ସୁନୀତା ୱିଲିୟମ୍ସଙ୍କ ପୃଥିବୀକୁ ଫେରିବାର ଲାଇଭ ଷ୍ଟ୍ରିମିଂ କେବେ ଏବଂ କେଉଁଠି ଦେଖିପାରିବେ; ଜାଣନ୍ତୁ

ଓ୍ବାଶିଂଟନ୍‌,୧୮।୩: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ମହାକାଶରେ ୯ ମାସ ବିତାଇବା ପରେ ଶେଷରେ ପୃଥିବୀକୁ ଫେରିବାକୁ...

“ଭାରତରେ ଆପଣଙ୍କୁ ଦେଖିବାକୁ ଅପେକ୍ଷା କରୁଛି”: ସୁନୀତା ୱିଲିୟମ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି

ନୂଆଦିଲ୍ଲୀ,୧୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଚିଠି ଲେଖିଛନ୍ତି। ସୁନୀତା ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ...

ମହାକାଶରେ କାହିଁକି କେଶ ଖୋଲା ରଖନ୍ତି ସୁନିତା, ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଓ୍ବାଶିଂଟନ,୧୮।୩: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ ୱିଲମୋର ବୁଧବାର ସାରେ ପୃଥିବୀକୁ ଫେରିବେ। ଏହି ଦୁଇଜଣ ନଅ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image