Categories: ଜାତୀୟ

ଆଡଭାନୀ, ଜୋଷୀଙ୍କୁ ନିମନ୍ତ୍ରଣ ନାହିଁ

ନୂଆଦିଲ୍ଲୀ, ୨ା୮: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ ଲାଗି ଆସନ୍ତା ୫ ତାରିଖରେ ଭୂମିପୂଜନ ଉତ୍ସବ ଧୁମ୍‌ଧାମରେ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିରର ଶିଳାନ୍ୟାସ କରିବାକୁ ଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଉତ୍ସବରେ ଯୋଗଦେବେ। ଉତ୍ସବରେ ଯୋଗଦେବା ପାଇଁ ରାମ ଜନ୍ମଭୂମି ଆନ୍ଦୋଳନର ନେତା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏବଂ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଆମନ୍ତ୍ରଣ କରାଯାଇଛି। ତେବେ ରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀଙ୍କୁ ଭୂମିପୂଜନ ଉତ୍ସବରେ ଯୋଗଦେବା ଲାଗି ଏପର୍ଯ୍ୟନ୍ତ ନିମନ୍ତ୍ରଣ କରାଯାଇ ନ ଥିବା ଜଣାପଡିଛି।
ଅନ୍ୟପକ୍ଷରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ୬୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଧର୍ମୀୟ ସମାବେଶରେ ଯୋଗ ଦେଇପାରିବେ ନାହିଁ। ସେହି ଅନୁଯାୟୀ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ୬୯ ବର୍ଷ ହୋଇଥିବାବେଳେ ଆଡଭାନୀଙ୍କୁ ୯୨ ଓ ଜୋଷୀଙ୍କୁ ୮୬ ବର୍ଷ ହେଲାଣି।

Share