Categories: ଜାତୀୟ

Exit Poll: ରାଜସ୍ଥାନରେ କ୍ଷମତା ହରାଇ ପାରନ୍ତି ଅଶୋକ ଗେହଲଟ, ସୁବିଧାଜନକ ସ୍ଥିତିରେ ଭାଜପା

ନୂଆଦିଲ୍ଲୀ,୩୦।୧୧: ପାଞ୍ଚ ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଏକଜିଟ ପୋଲ ଆକଳନ ସାମ୍ନାକୁ ଆସିଛି। ବିଭିନ ସଂସ୍ଥାର ଆକଳନ ଅନୁଯାୟୀ ରାଜସ୍ଥାନରେ ଭାଜପା ପାଞ୍ଚ ବର୍ଷର ବ୍ୟବଧାନ ପରେ କ୍ଷମତାକୁ ଫେରୁଛି। ଗତ ତିନି ଦଶନ୍ଧି ଧରି ରାଜ୍ୟରେ ଜାରି ରହିଥିବା ଟ୍ରେଣ୍ଡକୁ ଭାଙ୍ଗିବାରେ କଂଗ୍ରେସ ବିଫଳ ହୋଇଥିବା ଆକଳନ କରାଯାଉଛି। କାରଣ ଏଠାରେ ଗତ ୩୦ ବର୍ଷ ମଧ୍ୟରେ ଶାସନରେ ଥିବା ଦଳ ପୁନର୍ବାର କ୍ଷମତାକୁ ଫେରି ନାହିଁ।

‘ଜନ କି ବାତ’ ଅନୁଯାୟୀ ରାଜ୍ୟରେ ଭାଜପା ୧୦୦ରୁ ୧୨୨ ଆସନରେ ବିଜୟ ଲାଭ କରିବ ଏବଂ କଂଗ୍ରେସକୁ ୬୨ରୁ ୮୫ ଆସନ ମିଳିପାରେ। ସେହିଭଳି ଟାଇମ୍ସ ନାଓ-ଇଟିଜି ଆକଳନ ଅନୁଯାୟୀ ଭାଜପାକୁ ୧୦୮ରୁ ୧୨୮ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସକୁ ୫୬ରୀ ୭୨ ଆସନ ମିଳିପାରେ। ସେହିପରି ଟିଭି ନାଇନ ଭାରତବର୍ଷ ଅନୁଯାୟୀ ରାଜ୍ୟରେ ଭାଜପାକୁ ୧୦୦ରୁ ୧୧୦ ଏବଂ କଂଗ୍ରେସକୁ ୯୦ରୁ ୧୦୦ ଆସନ ମିଳିବାର ସମ୍ଭାବନା ରହିଛି।

Share