Categories: ବାଣିଜ୍ୟ

ଟୟୋଟା ହିଲିକ୍ସର ଦୁଃସାହସିକ ଡ୍ରାଇଭିଂ

ଭୁବନେଶ୍ୱର, ୧୧।୩: (ଅଭୟ ଦାଶ) ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା ଇଣ୍ଡିଆ’ ର ବହୁ ପ୍ରତୀକ୍ଷିତ ତଥା ବ୍ରାଣ୍ଡ୍‌ର ପ୍ରମୁଖ ମଡେଲ ଟୟୋଟା ହିଲିକ୍ସ’ର ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀ ସର୍ବଭାରତୀୟସ୍ତରରେ ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀ ପକ୍ଷରୁ ଏକ ୩ ଦିନିଆ ସ୍ବତନ୍ତ୍ର ଡ୍ରାଇଭିଂ କଳା ପ୍ରଦଶର୍ନୀ ଅଭିଜ୍ଞ ଓ ଦକ୍ଷ ଗାଡି ଚାଳକଙ୍କ ଦ୍ୱାରା ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର କ୍ୟାପିଟାଲ ଟୟୋଟା ମଞ୍ଚେଶ୍ୱର ଭୁବନେଶ୍ୱର ପକ୍ଷରୁ ରବିବାର ଭୁବନେଶ୍ୱରର ବରମୁଣ୍ଡା ଖେଳ ପଡ଼ିଆଠାରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି।

ଏହି ଅବସରରେ ଟୟୋଟା କିର୍ଲୋସ୍କାର ମୋଟର୍ସର ଏଫଏସ୍‌ଏମ୍‌ ଚୟନୀ ସରକାରଙ୍କ ସମେତ ଗର୍ଗସନ ଗ୍ରୁପର ଚେୟାରମ୍ୟାନ ସତିଶ ଗର୍ଗ, କ୍ୟାପିଟାଲ ଟୟୋଟାର ଏମଡି ସିଦ୍ଧାର୍ଥ ଗର୍ଗ ଏବଂ ଜିଏମ ଚମ୍ପକ କୁମାର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଟୟୋଟା ହିଲିକ୍ସ ଦୁଃସାହସିକ ଡ୍ରାଇଭିଂ କଳା ପ୍ରଦର୍ଶନୀର ପ୍ରଥମ ଦିନରେ ପ୍ରାୟ ୫୦ ଅଭିଜ୍ଞ ଗାଡି ଚାଳକ ଓ ମାଲିକ ଅଂଶଗ୍ରହଣ କରିଥିଲେ। ଏହି ପ୍ରଦଶର୍ନୀ ସୋମବାର ଓ ମଙ୍ଗଳବାର ମଧ୍ୟ ଅନ୍ୟ ଟୟୋଟା ଡିଲର୍ସଙ୍କ ଜରିଆରେ ଆୟୋଜିତ ହେବ ବୋଲି ଜଣାପଡିଛି। ଏପରିକି ସକାଳ ୯ ଘଟିକାରୁ ଏହି ପ୍ରଦର୍ଶନୀ ଆରମ୍ଭ ହେଉଛି।

ଏ ସମ୍ପର୍କରେ କ୍ୟାପିଟାଲ ଟୟୋଟାର ଏମ୍‌ଡି ସିଦ୍ଧାର୍ଥ ଗର୍ଗ କହିଥିଲେ, ଟୟୋଟା ହିଲିକ୍ସର ଦୁଃସାହସିକ ଡ୍ରାଇଭିଂ ଉଭୟ ଗାଡି ଚାଳକ ଓ ଗାଡି ଭିତରର ଯାତ୍ରୀଙ୍କୁ ଏକ ଭିନ୍ନ ଅନୁଭୂତି ଦେବ। ଏପରିକି ଲଙ୍ଗ୍‌ ଓ ଆଡଭେଞ୍ଚରିଂ ଡ୍ରାଇଭିଂ ସହିତ ମଡେଲର ବିଶେଷତ୍ୱତା ମଧ୍ୟ ହାସଲ କରିପାରିବେ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ।

Share