ବାଘକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲା କୋଟିଆ ସୀମାନ୍ତ ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଥିବା ନେଇ ଡିଏଫଓ ଅମିତାରାଣୀ ରାୟ କହିଛନ୍ତି। ବାଘ ଉପରେ ବନ ବିଭାଗ ପକ୍ଷରୁ ନଜର ରଖାଯାଇଛି। ଏନେଇ ଅଞ୍ଚଳବାସୀ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅବଦାଲ ଏମ୍‌. ଅଖତାର ମଧ୍ୟ ଟୁଇଟ ଯୋଗେ ମହାବଳ ବାଘର ଉପସ୍ଥିତି ସମ୍ପର୍କରେ ସୂଚନା ଦେଇ ଏ ଦିଗରେ କୋରାପୁଟ ଜିଲା ପ୍ରଶାସନ ସତର୍କ ରହିଛି। ସିମିଳିଗୁଡା ରେଞ୍ଜ ଅଧିକାରୀଙ୍କ ନେତୃତ୍ୱରେ ୨ଟି ଟିମ୍‌ ଗୋଟିଏ ସୀମାନ୍ତ ସୁଙ୍କି ଏବଂ ଅନ୍ୟଟି କୋଟିଆର ଫାଟୁସିନେରୀ ଅଞ୍ଚଳରେ ନିୟୋଜିତ ହୋଇଥିବା ଜିଲାପାଳ କହିଛନ୍ତି। ମହାବଳ ବାଘର ୭୫ କିଲୋମିଟର ପରିସୀମା ବିଶିଷ୍ଟ କୋଟିଆ ସୀମାନ୍ତ ଆନ୍ଧ୍ରର କାସ୍ପାଭାଲସା ଜଙ୍ଗଲ, ଯାହାକି ମାନ୍ୟମ ରେଞ୍ଜ ଓ ପାର୍ବତୀପୁରମ ରେଞ୍ଜ ଅଞ୍ଚଳରେ ବାଘଟି ବିଚରଣ କରି ଜଙ୍ଗଲକୁ ଯାଇ ଗାଈ ଓ ବାଛୁରିକୁ ଆକ୍ରମଣ କରୁଥିବା ଜଣାପଡ଼ିଛି।

Share