
ନିରାକାରପୁର,୨୭ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ସରକାରୀ ହାଇସ୍କୁଲର ୭୭ତମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧାରାଣୀ ଛୋଟରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅତିଥିଭାବେ ଆଲୁମ୍ନି ଆସୋସିଏଶନର ସଭାପତି ରବୀନ୍ଦ୍ର କୁମାର ରାଉତରାୟ, ସ୍କୁଲ ପରିଚାଳନା କମିଟି ସଭାପତି ରବି ନାରାୟଣ ବାହିନୀପତି, ସହକାରୀ ଶିକ୍ଷକ ଦିଲୀପ କୁମାର ଦାସ, ଶିକ୍ଷୟିତ୍ରୀ ନିତାଞ୍ଜଳି ବେହେରା ପ୍ରମୁଖ ଯୋଗଦେଇ ପାଠପଢି ଭଲ ମଣିଷ ହେବା ପାଇଁ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷକ ବିଜୟ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ, କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।