Categories: ଜାତୀୟ

ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଡାକ୍ତରଙ୍କ ପ୍ରେସକ୍ରିପଶନରେ ନ ରଖିବାକୁ ପରାମର୍ଶ ଦେଲେ ଚିକିତ୍ସା ବିଶେଷଜ୍ଞ

ନୂଆଦିଲ୍ଲୀ,୭।୧୦: ନିକୋଟିନ ରିପ୍ଲେସମେଣ୍ଟ ଥେରାପିକୁ ଏକ ପ୍ରେସକ୍ରିପଶନ ଔଷଧ ଭାବରେ ଶ୍ରେଣୀଭୁକ୍ତ କରାଯିବା ଉଚିତ ନୁହେଁ ବୋଲି ଚିକିତ୍ସା ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। କାରଣ ଡାକ୍ତରଙ୍କ ପ୍ରେସକ୍ରିପସନ ବିନା ଏହି ଔଷଧ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ନାହିଁ। ତେବେ ଏହି ଥେରାପି ପ୍ରେସକ୍ରିପସନରେ ଅର୍ନ୍ତଭୁକ୍ତ ନ ହେଲେ ସ୍ବେଚ୍ଛାକୃତ ଭାବରେ ଧୂମପାନ ଛାଡିବାକୁ ଚାହୁଁଥିବା ବହୁ ସଂଖ୍ୟକ ଲୋକଙ୍କ ପାଖରେ ଏହା ଉପଲବ୍ଧ ହୋଇପାରିବ।

ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସକୋ) ଅଧୀନରେ ଥିବା ଔଷଧ ବୈଷେୟିକ ପରାମର୍ଶଦାତା ବୋର୍ଡ ନିକୋଟିନ ରିପ୍ଲେସମେଣ୍ଟ ଥେରାପି(ଏନଆରଟି)କୁ ଡ୍ରଗ ଏବଂ କସମେଟିକ୍ସ ନିୟମର ସୂଚୀରେ ରଖିବାକୁ ପ୍ରସ୍ତାବ ଦେଇଛି। ଯାହା ଦ୍ୱାରା ଭବିଷ୍ୟତରେ ଏହା କେବଳ ଡାକ୍ତରଙ୍କ ପରାମର୍ଶ ପରେ ଖିଆଯାଇପାରିବ।
ସୂଚନାଯୋଗ୍ୟ, ନିକୋଟିନ ପୋଲାକ୍ରିଲେକ୍ସ ଗମ, ଲୋଜେଞ୍ଜ ଏବଂ ଟ୍ରାନ୍ସଡର୍ମାଲ ପ୍ୟାଚକୁ ଏନଆରଟି ଭାବରେ ବ୍ୟବହୃତ କରାଯାଇପାରିବ। ବିଶେଷଜ୍ଞମାନେ କହିଛନ୍ତ, ଏନଆରଟି ଧୂମପାନ ଛାଡିବାର ପ୍ରୟାସର ସମ୍ଭାବନାକୁ ୫୦ ପ୍ରତିଶତ ବଢାଇ ଦେଇଥାଏ।

Share