Categories: ଜାତୀୟ

ଆତଙ୍କବାଦର ପ୍ରତିରୋଧ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ ଗଠନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପରାମର୍ଶ…

ନୂଆଦିଲ୍ଲୀ, ୧୯।୩ : ଦେଶରେ ବୃଦ୍ଧି ପାଉଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହାର ପ୍ରତିରୋଧ ପାଇଁ ଜାତୀୟ ଇଣ୍ଟେଲିଜେନ୍ସ ଗ୍ରୀଡ୍‌ (ନାଟଗ୍ରୀଡ) ଗଠନ ଲାଗି ସମୟ ଧାର୍ଯ୍ୟ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସଂସଦୀୟ କମିଟି ପକ୍ଷରୁ ପରାମର୍ଶ ପ୍ରଦାନ କରାଯାଇଛି।

ଏହାର କାର୍ଯ୍ୟକାରିତାକୁ ତ୍ୱରାନ୍ବିତ କରିବାର ଆବଶ୍ୟକତା ଉପରେ ସଂସଦୀୟ କମିଟିର ୨୩୮ତମ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୁପ୍ତଚର ଇନପୁଟ ଏବଂ ସୁରକ୍ଷା ଏଜେନ୍ସିଗୁଡିକର ସୁବିଧା ପାଇଁ ଏକ ବ୍ୟାପକ ନେଟୱାର୍କ ଗଠନ ଉପରେ ରିପୋର୍ଟରେ ଦର୍ଶାଯାଇଛି।

ସନ୍ଦିଗ୍ଧମାନଙ୍କୁ ଟ୍ରାକ କରିବା ଏବଂ ଆତଙ୍କବାଦୀ ଆକ୍ରମଣକୁ ରୋକିବା ଏବଂ ଇମିଗ୍ରେସନ, ବ୍ୟାଙ୍କିଙ୍ଗ, ବ୍ୟକ୍ତିଗତ କରଦାତା, ବିମାନ ଏବଂ ଟ୍ରେନ ଯାତ୍ରା ଭଳି ବର୍ଗୀକୃତ ତଥ୍ୟକୁ ପ୍ରବେଶ କରିବା ପାଇଁ ନାଟଗ୍ରୀଡ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଉଛି।

କମିଟିର ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଶାସନିକ ଅନୁମୋଦନ ଏବଂ ପ୍ରକ୍ରିୟାଗତ ବିଳମ୍ବ ନେଟଗ୍ରିଡ୍‌ ଅଗ୍ରଗତିରେ ବାଧା ସୃଷ୍ଟି କରୁଛି ଏବଂ ପାଣ୍ଠିର ଅଧିକ ବ୍ୟବହାରରେ ବାଧା ସୃଷ୍ଟି କରୁଛି। ନାଟ୍‌ଗ୍ରୀଡ୍‌ର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମତା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ସମୟ ସୀମା ସ୍ଥିର କରିବା ଜରୁରୀ ବୋଲି କମିଟି ସୁପାରିସ କରିଛି।

Share