Categories: ଜାତୀୟ

ଶୀଘ୍ର ନାଇଜର ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୧।୮: ତୁରନ୍ତ ନାଇଜର ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭାରତ ସରକାର। ଭାରତର ବୈଦେଶିକ ମନ୍ତ୍ରଣାଳୟ ନାଇଜରରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ନାଇଜର ଘଟଣାରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କ ସେଠାରେ ଉପସ୍ଥିତି ରହିବା ଉଚିତ ନୁହେଁ ବୋଲି ଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛନ୍ତି। ନାଇଜେରିଆରୁ ବିମାନାସେବା ବନ୍ଦ ଥିବାରୁ ସଡକ ରାସ୍ତା ଦେଇ ଭାରତ ଫେରିବାକୁ କହିଛନ୍ତି।

Share