Categories: ଜାତୀୟ

ପୁଣି ଖୋଲିବ କଶ୍ମୀର ପଣ୍ଡିତଙ୍କ ନରସଂହାର ଫାଇଲ୍‌

ନୂଆଦିଲ୍ଲୀ,୧୯।୩: କଶ୍ମୀର ପଣ୍ଡିତମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଦର୍ଶାଉଥିବା ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ’ ରିଲିଜ୍‌ ହେବା ପରେ ଏବେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗକୁ ନେଇ ବିତର୍କ ଜୋର ଧରିଛି। ଏହି ଫିଲ୍ମକୁ ଅନେକ ଲୋକ ବିରୋଧ କରୁଥିବା ବେଳେ ଆଉ କେତେକ ଏହାକୁ ସମର୍ଥନ କରିଛନ୍ତି। ଇତିମଧ୍ୟରେ ଜଣେ ଆଇନଜୀବୀ ତଥା ସମାଜସେବୀ କାର୍ଯ୍ୟକର୍ତ୍ତା ଭିନୀତ ଜିନ୍ଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖି କଶ୍ମୀର ପଣ୍ଡିତଙ୍କ ନରସଂହାର ସହ ଜଡିତ ସମସ୍ତ ମାମଲାକୁ ପୁଣି ଥରେ ଖୋଲିବାକୁ ନିବେଦନ କରିଛନ୍ତି। ଏଥିସହ କଶ୍ମୀର ଉପତ୍ୟକାରେ ହୋଇଥିବା ହତ୍ୟା ଘଟଣାର ପୁନଃ ଯାଞ୍ଚ କରିବା ପାଇଁ ଏକ ଏସ୍‌ଆଇଟି ଦଳ ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ସେ ରାଷ୍ଟ୍ରପତିଙ୍କୁ ଦାବି କରିଛନ୍ତି। ଏଥିସହ ଯଦି ୩୩ ବର୍ଷ ପୂର୍ବେ ଶିଖ୍‌ ବିରୋଧୀ ଦଙ୍ଗା ସହ ଜଡିତ ମାମଲା ପୁଣି ଖୋଲାଯାଇ ପୁନଃ ଯାଞ୍ଚ କରାଯାଇପାରିବ, ତେବେ ୨୭ ବର୍ଷ ପୂର୍ବେ ଘଟିଥିବା କଶ୍ମୀରୀ ପଣ୍ଡିତଙ୍କ ମାମଲା ମଧ୍ୟ ପୁଣି ଖୋଲାଯାଇପାରିବ ଏବଂ ପୁନଃ ଯାଞ୍ଚ ମଧ୍ୟ କରାଯାଇପାରିବ ବୋଲି ଭିନୀତ ଜିନ୍ଦଲ ଯୁକ୍ତି ବାଢ଼ିଛନ୍ତି।

 

Share