ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଆଦ୍ୟାଜ୍ୟୋତି: ୧ ମିନିଟ୍‌ରେ ଆବୃତ୍ତି କରିଥିଲେ ସର୍ବାଧିକ ଶ୍ଳୋକ

ଯାଜପୁର ଟାଉନ,୨୦।୩(ଡି.ଏନ.ଏ.): ୧ ମିନିଟ୍‌ରେ ଭଗବତ ଗୀତାର ସର୍ବାଧିକ ଶ୍ଳୋକ ଗାଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ଆଦ୍ୟାଜ୍ୟୋତି ଦାଶ(୧୧)। ଫେବୃୟାରୀ ୫ରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ଆୟୋଜିତ ଭର୍ଚୁଆଲ ଶ୍ଳୋକ ପ୍ରତିଯୋଗିତାରେ ଆଦ୍ୟାଜ୍ୟୋତି ଅଂଶଗ୍ରହଣ କରି ଭଗବତ ଗୀତାର ୧୨ ଅଧ୍ୟାୟର ୧୭ ଶ୍ଳୋକକୁ ୧ ମିନିଟ୍‌ରେ ଆବୃତ୍ତି କରିଥିଲେ। ତାଙ୍କୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ପକ୍ଷରୁ ସମ୍ମାନିତ କରାଯିବା ସହ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ରେ ସ୍ଥାନ ଦିଆଯାଇଛି। ଯାଜପୁର ବିବିସରାଇ ଅଞ୍ଚଳର ଆଦିତ୍ୟ ଦାଶ ଓ ମାତା ଜ୍ୟୋତିପ୍ରଭା ଦାଶଙ୍କ ଝିଅ ଆଦ୍ୟାଜ୍ୟୋତି ୪ ବର୍ଷ ବୟସରୁ ଜେଜେବାପା ସ୍ବର୍ଗତ ଅକ୍ଷୟ ଦାଶଙ୍କଠାରୁ ଅନୁପ୍ରାଣିତ ହୋଇ ବିଭିନ୍ନ ଆଧ୍ୟାତ୍ମିକ ବହି ପଢ଼ିବା ସହ ଶ୍ରୀମଦ ଭଗବତ ଗୀତା ପଢ଼ି ମୁଖସ୍ଥ କରିଛନ୍ତି। ପ୍ରଥମେ ଘରେ ପ୍ରବଚନ ଦେଉଥିବା ବେଳେ ଏବେ ସେ ବିଭିନ୍ନ ଜିଲାକୁ ଯାଇ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରବଚନ ଦେଉଛନ୍ତି।

 

Share