ନାଚ ଓଡ଼ିଶା ନାଚରେ ଗଞ୍ଜାମର ଆଦ୍ୟାଶା ପ୍ରଥମ

ଗଞ୍ଜାମ,୩୦ା୧୦(ବିଦ୍ୟାଧର ସାହୁ): ସିଦ୍ଧାର୍ଥ ଟିଭିରେ ଚାଲିଥିବା ନାଚ ଓଡ଼ିଶା ନାଚ ଜୁନିୟର ସିଜନ୍‌ -୨ ନୃତ୍ୟ ପ୍ରତିଯୋଗିତାରେ ଗଞ୍ଜାମର ଆଦ୍ୟାଶା ପ୍ରିୟଦର୍ଶୀନୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଗଞ୍ଜାମ ବ୍ଲକ ସୁବଳୟା ଗ୍ରାମର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ବିଭୁ ପ୍ରସାଦ ବେହେରା ଏବଂ ପ୍ରଜ୍ଞା ପଲେଇଙ୍କ କନିଷ୍ଠ କନ୍ୟା ଆଦ୍ୟାଶା ଏହା ପୂର୍ବରୁ ଟିକେ ଡାନ୍ସ ଓ ଟିକେ ଆକ୍ଟିଂରେ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି ମଞ୍ଚରେ ବିଚାରକ ଭାବେ ଯୋଗଦେଇ ଦାୟିତ୍ୱ ତୁଲାଇଥିଲେ ମାଷ୍ଟର ହରିହର ଦାସ୍‌, ଜୟା ବିଶ୍ୱାସ ଓ ଓଡ଼ିଆ ଅଭିନେତ୍ରୀ ପୁନମ୍‌ ମିଶ୍ର। ଆଦ୍ୟାଶା ପ୍ରିୟଦର୍ଶିନୀଙ୍କ ନୃତ୍ୟ କଳାରେ ମୁଗ୍ଧ ହୋଇ ମାଷ୍ଟର ଜୟା ବିଶ୍ୱାସ ତାଙ୍କୁ ସୁନାର ମୁଦି ପ୍ରଦାନ କରିଥିଲେ। ଏହା ପରେ ସିଦ୍ଧାର୍ଥ ଟିଭି ତରଫରୁ ନଗଦ ୫୦,୦୦୦ ଟଙ୍କା ମିଳିବା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ।

Share