ନୟାଗଡ଼ ଅଫିସ/ଭାପୁର,୧୭ା୧୧(ଡି.ଏନ୍.ଏ.): ଭାପୁର ମନରେଗା କାର୍ଯ୍ୟକ୍ରମ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ତତ୍କାଳୀନ ଭାପୁର ବ୍ଲକ ଜେଇ ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ନିଲମ୍ବନ ପରେ ପୁଣି ଓଡ଼ିଶା ସରକାର ଆଉ ଜଣେ ବରିଷ୍ଠ ଅଧିକାରୀଙ୍କୁ ଜିଲାପାଳ ସୁପାରିସ ଆଧାରରେ ନିଲମ୍ବନ କରିଛନ୍ତି। ଭାପୁର ବ୍ଲକର ତତ୍କାଳୀନ ଭାରପାପ୍ତ ଏଇଇ ବୃନ୍ଦାବନ ବରିହା ଯେ, କି ବର୍ତ୍ତମାନ ସୋନପୁର ଜିଲା ମାଇନର ଇରିଗେସନ ତରଭା ଡିଭିଜନରେ ଏଇଇ ଭାବେ କାର୍ଯ୍ୟ କରୁଥିଲେ। ଭାପୁର ବ୍ଲକରେ କାର୍ଯ୍ୟ ସମୟରେ ତାଙ୍କ ବିରୋଧରେ ମନରେଗା କାର୍ଯ୍ୟ ଦୁର୍ନୀତିରେ ସାମିଲ। ସରକାରୀ ଅର୍ଥର କ୍ଷତି ଓ ସରକାରୀ କାର୍ଯ୍ୟ ଅବହେଳା ଆଦି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଥିଲା। ଏହି ଅଭିଯୋଗକୁ ଭିତ୍ତି କରି ଓଡ଼ିଶା ସରକାର ତାଙ୍କୁ କାର୍ଯ୍ୟରୁ ଗତ ୩୧ ଅକ୍ଟୋବରରୁ ନିଲମ୍ବନ କରିଛନ୍ତି। ଏହି ନିଲମ୍ବନ ସମୟରେ ସେ ଭୁବନେଶ୍ୱରସ୍ଥିତ ଚିଫ୍ ଇଞ୍ଜିନିୟର ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ରିପୋର୍ଟ କରିବେ ଏବଂ ବିନା ଅନୁମତିରେ ହେଡ୍ କ୍ୱାର୍ଟର ଛାଡ଼ିବାକୁ ମନା କରାଯାଇଛି