Categories: ବାଣିଜ୍ୟ

ଏଗନ୍‌ର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ବୀମା କମ୍ପାନୀ ଏଗନ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍‌ସର ନୂତନ ଉତ୍ପାଦ ‘ଆଇ ଗ୍ୟାରେଣ୍ଟି ମାକ୍ସ ସେଭିଙ୍ଗ୍‌ସ ପ୍ଲାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ହାଇ ରିଟର୍ନ ସହ ଲାଇଫ୍‌ କଭରର ୨ଗୁଣା ଲାଭ ପ୍ରଦାନ କରିଥାଏ। ଏହା ଦ୍ୱାରା ବୀମାଧାରୀ ତାଙ୍କର ପିଲାଙ୍କ ଶିକ୍ଷା ହେଉ ବା ବାହାଘର ବା ନିଜର ଅବସର ସମୟକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ଅନେକ ସୁବିଧା ମିଳିଥାଏ।

ଏ ସମ୍ପର୍କରେ ଏଗନ୍‌ ଲାଇଫ୍‌ର ଏମ୍‌ଡି ତଥା ସିଇଓ ସତୀଶ୍ୱର ବି କହିଛନ୍ତି,କମ୍ପାନୀର ଏହି ଉତ୍ପାଦ ବୀମାଧାରୀଙ୍କୁ ଅନେକ ସୁବିଧା ସାଙ୍ଗକୁ ଏକ ଭରସା ମଧ୍ୟ ପ୍ରଦାନ କରିଥାଏ। ଏପରିକି ଏକ ଉତ୍କୃଷ୍ଟ ପ୍ରତିଯୋଗିତାମୂଳକ ଓ ସୁଲଭ ମୂଲ୍ୟଯୁକ୍ତ ଉପତ୍ାଦ ଏବଂ ଏହାର ପ୍ରିମିୟମ ମାସିକ ୫୦୦ ଟଙ୍କାରୁ ଆରମ୍ଭ ହେଉଛି।

Share