ବିମାନ ଚଳାଚଳ ଆରମ୍ଭ ହେଲା

ଭୁବନେଶ୍ୱର,୨୭।୫ (ବ୍ୟୁରୋ): ବାତ୍ୟାକୁ ଦୃଷ୍ଟିରେ ରଖି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ୨୫ ତାରିଖ ମଙ୍ଗଳବାର ରାତି ୧୧ଟାରୁ ୨୭ତାରିଖ ଗୁରୁବାର ସକାଳ ୫ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବାତ୍ୟାର ପ୍ରଭାବ କମିଯିବା ପରେ ନିର୍ଦ୍ଧାରିତ ସମୟର ୧୦ ଘଣ୍ଟା ପୂର୍ବରୁ ବିମାନ ସେବା ଆରମ୍ଭ ହୋଇଛି। ବୁଧବାର ରାତି ୭ଟାରୁ ବିମାନ ଚଳାଚଳ କରିଥିବା ବମାନବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

Share