ଆଜି ଭୁବନେଶ୍ୱରରୁ ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ସମାନ

ଭୁବନେଶ୍ୱର,୧୫।୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୨ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ସମାନ ରହିଛି।

 

Share