କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ବ୍ୟବହାର

ନିଜର ବ୍ୟବହାର ଉପରେ କାର୍ଯ୍ୟଦକ୍ଷତା କେତେକାଂଶରେ ନିର୍ଭର କରିଥାଏ। ବିଶେଷଭାବରେ ଯଦି ବ୍ୟବହାର ରୁକ୍ଷ ହୁଏ, ସେହି ଅନୁସାରେ କାର୍ଯ୍ୟଦକ୍ଷତା ପ୍ରଭାବିତ ହୋଇଥାଏ। ଏପରି ରୋଚକ ତଥ୍ୟ ବିଷୟରେ ଏକ ସଦ୍ୟତମ ସର୍ଭେରୁ ଜାଣିବାକୁ ମିଳିଛି। ‘କାର୍ଯ୍ୟଦକ୍ଷତା ଓ ବ୍ୟବହାର’ ଶୀର୍ଷକ ବିଷୟବସ୍ତୁ ଉପରେ ୟୁନିଭର୍ସିଟି ଅଫ କାଲିଫର୍ର୍ନିିଆର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ବ୍ୟବହାର ସହ କାର୍ଯ୍ୟଦକ୍ଷତାକୁ ତୁଳନା କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ ଯେଉଁମାନଙ୍କର ବ୍ୟବହାର ରୁକ୍ଷ ଥିଲା, ସେମାନଙ୍କର କାର୍ଯ୍ୟ ସମ୍ପାଦନ ଶୈଳୀ ଆଶାନୁରୂପ ନ ଥିଲା। ଅନ୍ୟପକ୍ଷରେ ନମ୍ର ବ୍ୟବହାର କରୁଥିବା ବ୍ୟକ୍ତିମାନେ ନିଜ କାମକୁ ବେଶ୍‌ ସୂଚାରୁ ରୂପେ ତୁଲାଉଥିବାର ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।