ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ପ୍ରଥମ ଥର ଲାଗି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିବେ। ଏଥିସହ ପ୍ରାର୍ଥୀ ଦାଖଲ କରିଥିବା ସତ୍ୟପାଠ ସାର୍ବଜନୀନ ମଧ୍ୟ କରାଯିବ। ଏନେଇ ଜିଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗ ଚିଠି ଲେଖିଛନ୍ତି।
ତେବେ ପ୍ରାର୍ଥୀଙ୍କ ଅପରାଧିକ ମାମଲା, ସମ୍ପତ୍ତି ବିବରଣୀ ସହ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କିତ ସତ୍ୟପାଠ ନୋଟିସ୍ ବୋର୍ଡ ସହ ଜିଲା ପ୍ରଶାସନର ଓ୍ବେବ୍ ସାଇଟ୍ରେ ଉପଲବ୍ଧ ହେବ। ନାମାଙ୍କନପତ୍ର ଦାଖଲ ଦିନଠାରୁ ନିର୍ବାଚନ ଫଳ ବାହାରିବା ପର୍ଯ୍ୟନ୍ତ ଏହା ରହିବ ବୋଲି ମଧ୍ୟ କୁହାଯାଇଛି।