Categories: ବାଣିଜ୍ୟ

ସୁଲଭ ମୂଲ୍ୟରେ ମିଳିବ ୪ଜି ସ୍ମାର୍ଟଫୋନ୍‌

ଭୁବନେଶ୍ୱର, ୧୭।୭: ଦେଶର ପ୍ରମୁଖ ସ୍ମାର୍ଟଫୋନ୍‌ ତଥା ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ୍‌ ପୋକୋ ଇଣ୍ଡିଆ ଏବଂ ଏୟାରଟେଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା/ବୁଝାମଣା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ପୋକୋ ଇଣ୍ଡିଆ ସବୁଠାରୁ ଶସ୍ତା ୪ଜି ସ୍ମାର୍ଟଫୋନ୍‌ର ଶୁଭାରମ୍ଭ କରିବା ପାଇଁ ଏୟାରଟେଲ୍‌ ସହ ସହଭାଗିତା କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ସୁଲଭ ମୂଲ୍ୟରେ ୪ଜି ସ୍ମାର୍ଟଫୋନ ଭାରତୀୟମାନେ ସହଜରେ ପାଇପାରିବେ ବୋଲି ଉଭୟ ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି। ଅପରପକ୍ଷରେ ପୋକୋ ସି୫୧ ଏୟାରଟେଲ୍‌ ପ୍ରିପେଡ୍‌ କନେକ୍ସନ ସହ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ।
ଏ ସମ୍ପର୍କରେ ପୋକୋ ଇଣ୍ଡିଆର କଣ୍ଟ୍ରି ହେଡ୍‌ ହିମାଂଶୁ ଟଣ୍ଡନ କହିଛନ୍ତି, ଆମେ ଏୟାରଟେଲ୍‌ ସହ ସହଭାଗିତା କରି ବେଶ୍‌ ଉତ୍ସାହିତ ଅଛୁ। ଏୟାରଟେଲର ବିସ୍ତୃତ ନେଟ୍‌ୱର୍କର ବ୍ୟବହାର କରି ଆମେ ପୋକୋର ଅତ୍ୟାଧୁନିକ ଟେକ୍ନୋଲୋଜିର ଲାଭକୁ ବହୁ ସଂଖ୍ୟକ ଗ୍ରାହକଙ୍କୁ ପ୍ରଦାନ କରିବୁ ଏବଂ ପୋକୋ ସି୫୧କୁ ସ୍ମାର୍ଟଫୋନ୍‌ କ୍ରେତାଙ୍କ ପାଇଁ ଏକ ଶକ୍ତିଶାଳୀ ମୂଲ୍ୟ ପ୍ରସ୍ତାବରେ ପରିଣତ କରିବୁ। ସେହିଭଳି ଭାରତୀ ଏୟାରଟେଲ୍‌ର କଞ୍ଜ୍ୟୁମର ବିଜନେସର ନିର୍ଦ୍ଦେଶକ ଶାଶ୍ୱତ ଶର୍ମା କହିଛନ୍ତି, ଫ୍ଲିପ୍‌କାର୍ଟରେ ସମସ୍ତ ଏୟାରଟେଲ୍‌ ଗ୍ରାହକଙ୍କ ପାଇଁ ପୋକୋ ସି୫୧କୁ ଅଧିକ ପହଞ୍ଚଯୋଗ୍ୟ କରିବା ଲାଗି ଏହି ସ୍ବତନ୍ତ୍ର ସହଭାଗିତା ସହିତ ଆମେ ରୋମାଞ୍ଚିତ ଅନୁଭବ କରୁଛୁ। ସେହିପରି ଫ୍ଲିପ୍‌କାର୍ଟର ମୋବାଇଲ୍ସ ବିଭାଗର ବରିଷ୍ଠ ନିର୍ଦ୍ଦେଶକ କୁନାଲ ଗୁପ୍ତା କହିଛନ୍ତି, ନୂଆ ପୋକୋ ସି୫୧ର ଉନ୍ମୋଚନ ଏୟାରଟେଲ୍‌ର ଏକ ମୂଲ୍ୟ ଯୋଗକାରୀ ଉପତ୍ାଦ ସହ ମିଳିତ ଥିବା ସ୍ମାର୍ଟଫୋନ୍‌ ଅନୁଭୂତିକୁ ଅଧିକ ସୁଲଭ ସହ କ୍ରୟକୁ ବାଧାମୁକ୍ତ କରିବ।

Share