ସୁଲଭ ଶୌଚାଳୟକୁ ଭରସା ନାହିଁ

ବ୍ରହ୍ମପୁର,୧ା୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ସହରରେ ନିର୍ମାଣ କରାଯାଇଥିବା ସୁଲଭ ଶୌଚାଳୟ ଉପରେ ଜନସାଧାରଣଙ୍କ ଭରସା ପାଉନି। ସହରର କର୍ପୋରେଶନ ରୋଡ ତଥା ବିଜୁ ପଟ୍ଟନାୟକ ପାର୍କ ନିକଟ ଶୌଚାଳୟ ଏହାର ଜ୍ୱଳନ୍ତ ଉଦାହରଣ। ଏଠାରେ କୌଣସି ସୁବିଧା ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ବାହ୍ୟ ମଳତ୍ୟାଗ ରୋକିବା, ସ୍ବଚ୍ଛ ଏବଂ ସୁସ୍ଥ ଓଡିଶା ଗଠନ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ପାଇଁ ବିଇଏମସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୧୨ଟି ସୁଲଭ ଶାୈଚାଳୟ ହୋଇଛି। ସୁଲଭ ଇଣ୍ଟରନ୍ୟାଶନାଲ ସୋସିଆଲ ସର୍ଭିସ ଅର୍ଗାନାଇଜେଶନ ପକ୍ଷରୁ ଏଗୁଡିକ ନିର୍ମାଣ କରାଯାଇଛି। ଏହି ସଂସ୍ଥା ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଫଳକରେ ଉଲ୍ଲେଖ ରହିଛି। ମାତ୍ର ପରିଷ୍କାର ପରିଚ୍ଛନ୍ନତା ଦାୟିତ୍ୱ ବିଇଏମସି ପରିମଳ ବିଭାଗ ହାତରେ ରହିଛି। ପରିମଳ ବିଭାଗ ନିଜ ଦାୟିତ୍ୱ ଭୁଲି ଯାଇଥିବାରୁ ଶୌଚାଳୟ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ବିଜୁ ପଟ୍ଟନାୟକ ପାର୍କ ନିକଟ ଶାୈଚାଳୟ ସମ୍ମୁଖରେ ଆବର୍ଜନା ଜମି ରହିଛି। ପରିବେଶ ଦୁର୍ଗନ୍ଧମୟ ହୋଇପଡ଼ିଛି। ସେହିପରି ଶାୈଚାଳୟ କାନ୍ଥରୁ ପାଣି ଝରୁଛି। ଗୋଟିଏ ପାର୍ଶ୍ୱରେ ଏକ ବଡ଼ ଗଛ ଉଠି କୋଠାକୁ ବିପଦସଙ୍କୁଳ କରିଛି। ଶାୈଚାଳୟ ମଧ୍ୟରେ ଥିବା ପରିସ୍ରାଗାର ଓ ମାର୍ବଲଗୁଡିକ ଭାଙ୍ଗି ରୁଜି ଯାଇଛି। ପାଣି ଠିକ ଭାବେ ଆସୁ ନ ଶାୈଚାଳୟ ସଫେଇ ହୋଇପାରୁ ନାହିଁ। ଏସବୁ କାରଣରୁ ଲୋକେ ଏହାକୁ ବ୍ୟବହାର କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଶାୈଚାଳୟ ମରାମତି ନେଇ ବାରମ୍ବାର ବିଇଏମସି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଛି। କିନ୍ତୁ କାୈଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଏ ନେଇ ବିଇଏମସି ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କୁ ପଚାରିବାରୁ ଖୁବଶୀଘ୍ର ଶାୈଚାଳୟ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Share