Categories: ଖେଳ

ପାକିସ୍ତାନର ପରାଜୟରେ ଆଫଗାନିସ୍ତାନର ରସିଦ ଖାନଙ୍କ ସହ ଗ୍ରାଉଣ୍ଡରେ ନାଚିଲେ ଭାରତର ପୂର୍ବତନ କ୍ରିକେଟର

ଚେନ୍ନାଇ,୨୪।୧୦: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ, ପାକିସ୍ତାନକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ତେବେ ଏହି ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

୨୦୨୩ର ୨୨ତମ ମ୍ୟାଚରେ ଆଫଗାନିସ୍ତାନ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ୮ ୱିକେଟ ରେ ପରାସ୍ତ କରିଛି। ପାକିସ୍ତାନକୁ ପରାସ୍ତ କରିବା ପରେ ଆଫଗାନିସ୍ତାନ ଖେଳାଳିମାନେ ନିଜ ଦେଶର ପତାକାକୁ ଧରି ଗ୍ରାଉଣ୍ଡ ସାରା ବୁଲିଥିଲେ। ଏହି ସମୟରେ ସ୍ପିନର ରସିଦ ଖାନଙ୍କ ସହ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର କମେଣ୍ଟେଟର ଇରଫାନ ଫଠାନ ଫିଲ୍ଡରେ ନାଚୁଥିବାର ଦେଖିବାକୁ ମିଳିଥିଲା।

Share