Categories: ଖେଳ

୭ ଉଇକେଟ୍‌ରେ ଆଫଗାନିସ୍ତାନ ବିଜୟୀ

ପୁଣେ,୩୦।୧୦: ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ସୋମବାର ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ବକପ ୩୦ତମ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟ୍‌ରେ ଶ୍ରୀଲଙ୍କାକୁ ହରାଇ ବିଜୟୀ ହୋଇଛି। ଅଧିନାୟକ ହସମ୍‌ତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଶ୍ରୀଲଙ୍କା ବ୍ୟାଟିଂ କରି ୨୪୧ ରନ ସ୍କୋର କରିଥିଲା। ଫଳରେ ଆଫଗାନିସ୍ତାନ ପାଇଁ ୨୪୨ ରନ ବିଜୟ ଲକ୍ଷ୍ୟ ରହିଥିଲା। ତେବେ ଲକ୍ଷ୍ୟ ହାସଲ କରିବାକୁ ଯାଇ ୩ ଉଇକେଟ୍‌ ହରାଇ ୨୪୨ ରନ କରି ବିcଜୟ ହୋଇଛି। ପରାଜୟ ସହିତ ଶ୍ରୀଲଙ୍କା ପାଇଁ ଆଗକୁ ବଢିବା କଷ୍ଟକର ହୋଇପଡିଛି। ଏଥି ସହିତ ଇଂଲଣ୍ଡ ଏବଂ ପାକିସ୍ଥାନ ପରେ ଆଫଗାନିସ୍ତାନ ମଧ୍ୟ ଶ୍ରୀଲଙ୍କାକୁ ପରାସ୍ତ କରିଛି।

Share