ନିଖୋଜ ନାହାନ୍ତି ଆଫଗାନିସ୍ତାନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୯।୮: ଭାରତରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁନ୍ଦଜଇ ନିଖୋଜ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ କରିଛି। ତେବେ ତାଙ୍କର କିଛି ଦିନ ହେବ ଖୋଜ ଖବର ମିଳିପାରୁ ନାହିଁ। କିନ୍ତୁ ଏହି ଗୁଜବକୁ ଖଣ୍ଡନ କରିଛନ୍ତି ଖେଶଦ୍‌ ଫାରୁଦ। ସେ କହିଛନ୍ତି, ବ୍ୟକ୍ତିଗତ କାରଣରୁ ସେ ଭାରତଠାରୁ ଦୂରରେ ଅଛନ୍ତି। ନିକଟ ଭବିଷ୍ୟତରେ ସେ ନୂଆଦିଲ୍ଲୀରେ ଥିବା ଦୂତାବାସକୁ ଫେରିବେ। ଭାରତରେ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ ଜାରି ରଖିବେ।

ସେ କହିଛନ୍ତି ଯେ ଆମର କୂଟନୈତିକ ସମ୍ପର୍କରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ମୋର ଅନୁପସ୍ଥିତି ସମୟରେ, କାର୍ଯ୍ୟକାରୀ ରାଷ୍ଟ୍ରଦୂତ ସମସ୍ତ କାର୍ଯ୍ୟକୁ ପ୍ରଭାବଶାଳୀ ଭାବରେ ପରିଚାଳନା ଏବଂ ତଦାରଖ କରିଛନ୍ତି। ଦୂତାବାସ ଏହାର ନିତ୍ୟ ବ୍ୟବହାର୍ଯ୍ୟ କାର୍ଯ୍ୟ ସାଧାରଣ ଭାବରେ କରୁଛି ଏବଂ ମିଶନର ଉଦ୍ଦେଶ୍ୟଗୁଡିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ନେଇ ତଦାରଖ କରୁଛି।

Share