ଶେହନାଜଙ୍କ ଗୀତ ଶୁଣି ଭାବପ୍ରବଣ ହେଲେ ଆଫଗାନିସ୍ତାନ କ୍ରିକେଟର୍‌

ଦିବଂଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତିରେ ଶେହନାଜ ଗିଲଙ୍କ ‘ତୁ ୟହିଂ ହୈ’ ଗୀତ ରିଲିଜ ହୋଇଛି। ଏହି ଗୀତ ଶୁଣିବା ପରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପ୍ରଶଂସକମାନେ ପୁଣି ଥରେ ଭାବପ୍ରବଣ ହୋଇପଡିଛନ୍ତି। ପ୍ରଶଂସକମାନେ ପୁଣିଥରେ ସିଦ୍ଧାର୍ଥଙ୍କୁ ମନେ ପକାଇଛନ୍ତି। ଏହି ଗୀତକୁ ୟୁଟ୍ୟୁବରେ ବହୁତ ପସନ୍ଦ କରାଯାଉଛି। ଆଫଗାନିସ୍ତାନ କ୍ରିକେଟର ରସିଦ ଖାନ ଏହି ଗୀତକୁ ପସନ୍ଦ କରିଛନ୍ତି। ସେ ଶେହନାଜଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି।
ରସିଦ ଖାନ ସୋସିଆଲ ମିଡିଆରେ ଶେହନାଜଙ୍କୁ ଇନ୍‌ଷ୍ଟାଗ୍ରାମରେ ଫଲୋ କରନ୍ତି ଏବଂ ‘ତୁ ୟହିଂ ହୈ’…’ ଶୁଣିବା ପରେ ଶେହନାଜଙ୍କ ଖୁସି ସେ ପ୍ରାର୍ଥନା କରିଛନ୍ତି। ଶେହନାଜଙ୍କ ସେ ଲେଖିଛନ୍ତି – ‘ଆଲ୍ଲା ଆପଣଙ୍କୁ ଶକ୍ତି ଦିଅନ୍ତୁ।’ ଏହି ଗୀତରେ ଶେହନାଜ ଏବଂ ସିଦ୍ଧାର୍ଥ ଶୁକ୍ଲାର ‘ବିଗ ବସ ୧୩’ରେ ବିତାଇଥିବା ଦିନଗୁଡିକ ଦର୍ଶାଯାଇଛି। ଭିଡିଓରେ କେବଳ ବିଗ ବସ ରେ ନୁହେଁ ଅନେକ ଶୋ’ ଏବଂ ମିଡିଆ ସାମ୍ନାରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିବାକୁ ଶେହାନାଜ କେବେ ବି ପଛଘୁଞ୍ଚା ଦେଇ ନ ଥିଲେ, ଏବେ ଏହି ଭିଡିଓରେ ମଧ୍ୟ ତାଙ୍କର ସମାନ ପ୍ରେମ ଦେଖିବାକୁ ମିଳୁଛି। ଭିଡିଓରେ ଶେହନାଜଙ୍କ ମୁହଁର ନିରାଶା ତାଙ୍କ ପ୍ରଶଂସକଙ୍କୁ ଭାବପ୍ରବଣ କରୁଛି।

Share