ବିମାନରୁ ଖସି ପଡ଼ିଲେ ଫୁଟ୍‌ବଲ ଖେଳାଳି

କାବୁଲ, ୨୦।୮: : ତାଲିବାନ୍‌ ଶାସନରୁ ବଞ୍ଚିବା ପାଇଁ ଆଫଗାନିସ୍ତାନ ନାଗରିକମାନେ କଳବଳ କୌଶଳେ ଦେଶ ଛାଡ଼ୁଛନ୍ତି। କିନ୍ତୁ ଦେଶ ଛାଡ଼ିବା ଲାଗି ପ୍ରତ୍ୟେକଙ୍କ ପାଖରେ ଟଙ୍କା ଓ ସୁଯୋଗ ନାହଁି। ଏଣୁ ଆମେରିକା, ୟୁକେ ଭଳି ବିଭିନ୍ନ ଦେଶ ସେମାନଙ୍କ ପ୍ରତିନିଧିଙ୍କୁ ସ୍ବଦେଶ ଫେରାଇ ନେବା ଲାଗି ପଠାଉଥିବା ବିମାନ ଉପରେ ମଧ୍ୟ ଚଢ଼ିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି । କାବୁଲ ବିମାନ ବନ୍ଦରରୁ ଆମେରିକା ଯାଉଥିବା ବିମାନ ଉପରେ ଚଢ଼ିଥିଲେ କିଛି ଆଫଗାନ ନାଗରିକ। ସେମାନଙ୍କ ମଧ୍ୟରେ ଥିଲେ ଆଫଗାନିସ୍ତାନ ଜାତୀୟ ଫୁଟବଲ ଦଳର ସଦସ୍ୟ ଜାକି ଅନଓ୍ବାରୀ। ବିମାନରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ନ୍ୟୁଜ ଏଜେନ୍ସି ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ଆମେରିକାର ବାୟୁ ସେନାର ୟୁସାଫ ବୋଇଂ ସି-୧୭ ବିମାନରୁ ଖସି ଜାକି ଅନଓ୍ବାରୀଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଦେଶର ସାଧାରଣ କ୍ରୀଡ଼ା ନିର୍ଦ୍ଦେଶକ।

 

Share