Categories: ଜାତୀୟ

‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଲେ ଆଫଗାନିସ୍ତାନ ବାଳିକା

ଅଯୋଧ୍ୟା, ୩୧।୧୦: ଆଫଗାନିସ୍ତାନର ଜଣେ ବାଳିକା ‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏହି ଜଳ ନେଇ ଅଯୋଧ୍ୟା ଯିବେ। ମୁଖ୍ୟମନ୍ତ୍ରୀ ସେଠାରେ ପ୍ରଭୁ ରାମଲାଲା ଏବଂ ହନୁମାନଗଢିଙ୍କର ଦର୍ଶନ କରିବେ। ସିଏମ ଯୋଗୀ କାବୁଲ ନଦୀର ଜଳକୁ ଗଙ୍ଗା ଜଳ ସହିତ ମିଶ୍ରଣ କରି ରାମଲାଲାର ଜଲାବିଶେକ କରିବେ। ଏହା ପରେ ସେ ନଭେମ୍ବର ୩ରେ ଅନୁଷ୍ଠିତ ହେବାକୁ ଥିବା ଦୀପୋତ୍ସଭ ପାଇଁ ପ୍ରସ୍ତୁତି ବିଷୟରେ ମଧ୍ୟ ନଜର ରଖିବେ। ସୂଚନାଯୋଗ୍ୟ, ଆଫଗାନିସ୍ତାନର ଜଣେ ଝିଅ ଏହି ପାଣି ପଠାଇଛନ୍ତି। ରାମଜନ୍ମଭୂମିରେ ଏହି ପାଣି ଚଢାଇବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଥିଲେ।

Share