Categories: ଜାତୀୟ

ଆଫଗାନ ଫେରନ୍ତାଙ୍କୁ ଦିଆଯାଉଛି ପୋଲିଓ ବୁନ୍ଦା

ନୂଆଦିଲ୍ଲୀ, ୨୨।୮: ଆଫଗାନିସ୍ତାନରେ ଏବେ ବି ପୋଲିଓ ସଂକ୍ରମଣ ଥିବାରୁ ସେଠାରୁ ଫେରାଇ ଅଣାଯାଉଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ଦେବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍‌ସୁଖଲାଲ ମାଣ୍ଡବ୍ୟ ରବିବାର ସୂଚନା ଦେଇଛନ୍ତି। ଏପରିକି ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଫଗାନ ଫେରନ୍ତାଙ୍କୁ ପୋଲିଓ ଟିକା ଦିଆଯାଉଥିବା ଫଟୋ ଶେୟାର କରିଛନ୍ତି। ବିଶ୍ୱରେ କେବଳ ପାକିସ୍ତାନ ଓ ଆଫଗାନିସ୍ତାନରେ ପୋଲିଓ ମହାମାରୀ ଏବେ ବି ରହିଛି। ତେଣୁ ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ପୋଲିଓ ଟିକା ଦେବା ଲାଗି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

Share