Categories: ଜାତୀୟ

ଭାରତରେ ଆଫଗାନୀ ଆତଙ୍କବାଦୀ, ସତର୍କ ସୂଚନା ଜାରି..

ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରର ଉରି ସେକ୍ଟର ଦେଇ ଆଫଗାନୀ ଆତଙ୍କବାଦୀ ଦେଶରେ ଅନୁପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆତଙ୍କବାଦୀମାନେ ସେନା ଶିବିର, ବଡ଼ ସରକାରୀ କାର୍ଯ୍ୟାଳୟ ଉପରେ ଆତ୍ମଘାତୀ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହାକୁ ଦୃଷ୍ଟିରେ ରଖି ପ୍ରତିରକ୍ଷା ବିଭାଗ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ୨୦୨୧ ସେପ୍ଟେମ୍ବର ୧୮ରେ ୫ ଆଫଗାନୀ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ରିପୋର୍ଟରେ ଦର୍ଶାଯାଇଛି। ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି।

ଆଫଗାନିସ୍ତାନ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ବାସିନ୍ଦାଙ୍କ ସହିତ ସହଜରେ ମିଶି ରହିବା କଷ୍ଟକର ହେବ। ସେମାନଙ୍କୁ କେହି ଆଶ୍ରୟ ଦେଇଥିବାର ଅନୁମାନ କରାଯାଉଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଆବଶ୍ୟକ ସ୍ଥଳେ ସନ୍ଦେହ ଜନକ ବସ୍ତୁ ଏବଂ ଯାନର ଯାଞ୍ଚ୍‌ କରାଯାଉଛି।

Share