କାବୁଲ,୧୧ା୨: ଆଫଗାନିସ୍ତାନରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ମେହବୁବା ସିରାଜ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ତାଙ୍କୁ ଜେଲରେ ଥିବା ଇରାନର ମାନବାଧିକାର କର୍ମୀ ତଥା ଓକିଲ ନର୍ଗିସ ମହମ୍ମଦୀଙ୍କ ସହ ମିଳିତ ଭାବେ ମନୋନୀତ କରାଯାଇଛି।
ଅକ୍ଟୋବରରେ ଏହାର ବିଜେତା ଘୋଷଣା କରାଯିବ। ତାଲିବାନରୁ କ୍ଷମତା ନେବା ପରେ ଯେଉଁଠାରେ ମହିଳା ଅଧିକାର ପାଇଁ କାର୍ଯ୍ୟ କରୁଥିବା ଶହ ଶହ କାର୍ଯ୍ୟକର୍ତ୍ତା ଆଫଗାନିସ୍ତାନ ଛାଡ଼ିଥିଲେ। ଯେତେବେଳେ କି, ସିରାଜ ଦୃଢ଼ ଭାବରେ ଠିଆ ହୋଇଥିଲେ। ତାଲିବାନର ଧମକ ସତ୍ତ୍ୱେ ୭୫ ବର୍ଷୀୟା ସିରାଜ ମହିଳା ଓ ବାଳିକା ଅଧିକାର ପାଇଁ ଲଢ଼େଇ ଜାରି ରଖିଥିଲେ।