ତାଲିବାନକୁ ସିଧାସଳଖ ଟକ୍କର ଦେଉଛନ୍ତି ଆଫଗାନି ମହିଳା

କାବୁଲ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି । ବହୁ ରକ୍ତପାତ ପରେ ଶେଷରେ ତାଲିବାନ ସରକାର ଗଠନ କରି ଶାସନ କ୍ଷମତାକୁ ନିଜ ହାତକୁ ନେଇ ଯାଇଛି । ହେଲେ ତାଲିବାନର ମନମାନିକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି ଆଫଗାନି ମହିଳା । ଏମାନେ ପୁରୁଷ ପ୍ରଧାନ ସରକାରକୁ ବିରୋଧ କରି ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ମହିଳାଙ୍କର ଏଭଳି ବିରୋଧ ପ୍ରଦର୍ଶନକୁ ଦେଖି ହଡବଡେଇ ଯାଇଛି ତାଲିବାନ । ବୁଧବାର ବିରୋଧ କରୁଥିବା ମହିଳାମାନଙ୍କୁ ମାଡ ମାରିବା ସହ ସଡ଼କ ଉପରେ ଘୋଷାଡି ଘୋଷାଡି ନେଇଯିବା ଭଳି ଦୃଶ୍ୟ ବି ଦେଖିବାକୁ ମିଳିଛି । ଜଣେ ମହିଳା ହାତରେ ଏକ ପ୍ଲାକାର୍ଡ ଧରିଥିବା ଦେଖାଯାଇଛି । ଯେଉଁଥିରେ ଲେଖାଯାଇଛି କୌଣସି ସରକାର ଶାସନ କାଳ ମଧ୍ୟରେ ମହିଳାଙ୍କ ପ୍ରତିନିଧିତ୍ୱକୁ ଏଡାଇଯାଇ ପାରିବେ ନାହିଁ । ମହିଳାମାନେ ସେମାନଙ୍କ ଅଧିକାର ଓ ସ୍ୱାଧିନତା ପାଇଁ ତାଲିବାନ ବିରୋଧରେ କିଛି ବି କରିପାରନ୍ତି । ସୂଚନାଯୋଗ୍ୟ, ତାଲିବାନ ଆରମ୍ଭରୁ ସରକାରରେ ମହିଳାଙ୍କ ଅଶିଂଦାର ରହିବ ବୋଲି କହିଥିବା ବେଳେ ଏବେ କିନ୍ତୁ ସେ ତା’ କଥା ନ ରଖି ବରଂ ମହିଳାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଇଥିବା ବିରୋଧ ପ୍ରଦର୍ଶନ କରୁଥିବା ଆଫଗାନି ମହିଳାମାନେ ପ୍ରକାଶ କରିଛନ୍ତି । ତେଣୁ ଆମେ ଆଉ ପୂର୍ବର ମହିଳା ହୋଇ ରହିନାହୁଁ ଆମେ ଆମ ଅଧିକାର ପାଇଁ ଲଢିବୁ ବୋଲି ସେମାନେ କହିଛନ୍ତି ।

Share