ରାଲି କରି ଅଧିକାର ମାଗିଲେ

କାବୁଲ,୨ା୯: ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଢ଼ିବାକୁ ଯାଉଥିବା ବେଳେ ହେରାତ୍‌ ପ୍ରଦେଶର ଗଭର୍ନର ହାଉସ୍‌ ସମ୍ମୁଖରେ ମହିଳାମାନେ ଗୁରୁବାର ରାଲିର ଆୟୋଜନ କରିଥିଲେ। ଏଥିରେ ବହୁ ସଂଖ୍ୟାରେ ମହିଳା ଭାଗନେଇ ତାଲିବାନ୍‌ ସେମାନଙ୍କୁ ସରକାରରେ ସାମିଲ କରୁ ବୋଲି ଦାବି କରିଛନ୍ତି। ଶୋଭାଯାତ୍ରାର ନେତୃତ୍ୱ ନେଉଥିବା ମହିଳା ଫ୍ରିବା କାବ୍ରଜାନି କହିଛନ୍ତି, ତାଲିବାନ୍‌ ସରକାର ଗଢ଼ିଲେ ମହିଳାଙ୍କୁ ମଧ୍ୟ କ୍ୟାବିନେଟ୍‌ ସମେତ ଲୋୟା ଜିର୍‌ଗା ଏବଂ ହାଉସ୍‌ ଅଫ୍‌ ଏଲ୍ଡର୍ସରେ ସ୍ଥାନ ମିଳିବା ଉଚିତ। ସେମାନଙ୍କ କଥା ବିଶ୍ୱ ଶୁଣୁ ଏବଂ ମହିଳାଙ୍କ ଅଧିକାର ଛଡ଼ାଇ ନିଆ ନ ଯାଉ ବୋଲି ସେ ଚାହୁଁଥିବା କାବ୍ରଜାନି କହିଛନ୍ତି।

Share