ରୋଷେଇ ଭଲ ନ ହେଲେ ମହିଳାଙ୍କୁ ଜାଳି ଦିଆଯାଉଛି

କାବୁଲ,୨୧।୮ : ତାଲିବାନ ଫାଇଟରଙ୍କ ପାଇଁ ସ୍ବାଦିଷ୍ଟ ରୋଷେଇ ନ କରିପାରିବାରୁ ମହିଳାଙ୍କୁ ଜାଳି ଦିଆଯାଉଛି। ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଏଭଳି ଘଟଣା ଘଟୁଥିବା କହିଛନ୍ତି ପୂର୍ବତନ ବିଚାରପତି ନାଜଲା ଆୟୁବି। କାବୁଲ ଉପରେ କବଜା କରିବା ପରେ ମହିଳାଙ୍କୁ ଶିକ୍ଷା ଓ କାମ କରିବାର ଅଧିକାର ଲାଗି ପ୍ରତିଶ୍ରୁତି ଦେଇଥିଲେ ତାଲିବାନ ଅଧିକାରୀ।

ତାଲିବାନୀମାନେ ଖାଦ୍ୟ ଦେବା ପାଇଁ ଓ ରୋଷେଇ କରିବା ଲାଗି ମହିଳାଙ୍କୁ ବାଧ୍ୟ କରୁଛନ୍ତି। ଗତ କିଛି ସପ୍ତାହରେ ବହୁ ମହିଳାଙ୍କୁ ଯୌନ ଦାସ ସଜେଇ ପଡ଼ୋଶୀ ଦେଶମାନଙ୍କୁ ପଠାଇ ଦିଆଯାଇଛି। ତାଲିବାନୀମାନେ କୁନି କୁନି ଝିଅଙ୍କୁ ବିବାହ କରିବାକୁ ପରିବାର ଲୋକଙ୍କ ଉପରେ ଚାପ ପକାଉଛନ୍ତି। ଏସବୁ ଦେଖିଲା ପରେ ମୋତେ ଲାଗୁନି ତାଲିବାନୀ ସେମାନଙ୍କ ପ୍ରତିଶ୍ରୁତି ରଖିପାରିବେ ବୋଲି ଆଫଗାନିସ୍ତାନରୁ ପଳାୟନ କରି ଆମେରିକାରେ ଆତ୍ମଗୋପନ କରିଥିବା ଆୟୁବି କହିଛନ୍ତି।

Share