ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ଆଫଗାନିସ୍ତାନ ମହିଳା

କାବୁଲ,୧।୨: ଅଗଷ୍ଟ ୨୦୨୧ରେ ଆଫଗାନିସ୍ତାନ ଉପରେ ତାଲିବାନ କବ୍‌ଜା କରିଥିଲା। ଏହାପରେ ଦେଶରେ ମହିଳାମାନଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଦିଆଯାଇଥିଲା। ମହିଳାଙ୍କୁ ପଢିବା ଏବଂ ଚାକିରି କରିବା ଉପରେ ରୋକ ଲଗାଇ ଦିଆଯାଇଥିଲା। ଏବେ ମହିଳା ମାନେ ନିଜ ଅଧିକାର ପାଇଁ ଲଢିବାକୁ ଏକ ଆନ୍ଦୋଳନ ଘୋଷଣା କରିଛନ୍ତି।
ମହିଳାମାନେ କାବୁଲର ରାସ୍ତାକୁ ଓହ୍ଲାଇ ସ୍ବାଧୀନତା, ବାଳିକାମାନଙ୍କ ଶିକ୍ଷା ଉପରେ ତାଲିବାନ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇବା ଏବଂ ମହିଳାମାନଙ୍କ ପାଇଁ ଚାକିରି ଦାବି କରିଛନ୍ତି। ନାଗରିକଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେବା ଏହି ଆନ୍ଦୋଳନର ଉଦ୍ଦେଶ୍ୟ।
ମହିଳାଙ୍କ ପ୍ରତି ଅନ୍ୟାୟ ଏବଂ ଅସମାନତା ବିରୋଧରେ ଲଢିବା ପାଇଁ ଆମେ ଏହି ଅଭିଯାନ ଆରମ୍ଭ କରିଛୁ। ଏହି ଆନ୍ଦୋଳନରେ ଛାତ୍ର, ଶିକ୍ଷକ ଏବଂ ମହିଳା ଅଧିକାର ପାଇଁ ଲଢୁଥିବା ବହୁ ପୂର୍ବତନ ସରକାରୀ କର୍ମଚାରୀ ସାମିଲ ଅଛନ୍ତି।

Share