ଆଫ୍ଗାନସ୍ଥାନରୁ ଆମେରିକା ସେନା ପ୍ରତ୍ୟାହାର ସହ ତାଲିବାନ ଅଧିକାଂଶ ଅଞ୍ଚଳକୁ ଅକ୍ତିଆର କରିଛି। ଆଗକୁ ଆଫଗାନ ମହିଳାମାନେ ସଙ୍କଟର ସମ୍ମୁଖୀନ ହେବା ଆଶଙ୍କା ବଢ଼ିଥିବାବେଳେ ଆମେରିକାର ଏହି ପଦକ୍ଷେପକୁ ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ ସମାଲୋଚନା କରିଛନ୍ତି। ଏଥିଯୋଗୁ ମହିଳାମାନେ ଅକଥନୀୟ ଯନ୍ତ୍ରଣା ଭୋଗିବେ। ଆମେରିକା ସେନାକୁ ସହଯୋଗ କରିଥିବା ଲୋକଙ୍କୁ ଆତଙ୍କବାଦୀ ହତ୍ୟା କରିବେ। ଏହା ଅତ୍ୟନ୍ତ ହୃଦୟ ବିଦାରକ ବୋଲି ବୁଶ୍ କହିଛନ୍ତି। ବୁଶ୍ ଆମେରିକା ରାଷ୍ଟ୍ରପତି ଥିବାବେଳେ ୨୦୦୧ରେ ଆଫଗାନିସ୍ତାନରେ ଯୁଦ୍ଧ ଆରମ୍ଭ ହୋଇଥିଲା।