Categories: ଖେଳ

IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ

ନୂଆଦିଲ୍ଲୀ,୬।୧: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର ୧୯ଜଣିଆ ଟିମ୍‌ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଲାଗି ଆଫଗାନିସ୍ତାନ ଟିମ୍‌ ଏକ ଚକିତ କଲାଭଳି ନିଷ୍ପତ୍ତି ନେଇଛି। ବୋର୍ଡ ଏହାର ଅଧିନାୟକ ପରିବର୍ତ୍ତନ କରିଛି। ଏହି ସିରିଜରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଇବ୍ରାହିମ୍‌ ଜାଦ୍ରାନ୍‌ ଦଳର ଅଧିନାୟକ ହେବେ। ଏହାପୂର୍ବରୁ ରଶିଦ ଖାନ୍‌ ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଥିଲେ। ହେଲେ ତାଙ୍କୁ ଭାରତ ବିପକ୍ଷ ସିରିଜ ଲାଗି ଅଧିନାୟକ ଦାୟିତ୍ୱ ଦିଆଯାଇନାହିଁ।
ନିକଟରେ ୟୁଏଇ ବିପକ୍ଷରେ ଖେଳାଯାଇଥିବା ଟି୨୦ ସିରିଜରେ ଇବ୍ରାହିମ୍‌ ଦଳର ଅଧିନାୟକ ହୋଇଥିଲେ। ହେଲେ ରଶିଦଙ୍କୁ ଦଳରେ ଚୟନ କରାଯାଇ ନ ଥିବା ବେଳେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ଏବେ ଭାରତ ବିପକ୍ଷ ସିରିଜ ଲାଗି ରଶିଦଙ୍କୁ ଦଳରେ ସ୍ଥାନ ମିଳିଥିଲେ ହେଁ ଇବ୍ରାହିମ୍‌ଙ୍କୁ ଅଧିନାୟକ କରାଯାଇଛି।
ଟିମ୍‌ରେ ସ୍ପିନର ମୁତିବ ଉର ରେହମାନଙ୍କୁ ସୁଯୋଗ ମିଳିଛି। ଏହାଛଡ଼ା ରହମାନୁଲ୍ଲା ଗୁରୁବାଜଙ୍କ ବ୍ୟାକ୍‌ଅପ୍‌ ଭାବେ ଇକ୍ରାମ ଅଲିଖିଲଙ୍କୁ ନିଆଯାଇଛି।
ଆଫଗାନିସ୍ତାନ କ୍ରିକେଟ ଦଳ: ଇବ୍ରାହିମ ଜାଦ୍ରାନ (କ୍ୟାପଟେନ୍‌), ରହମାନୁଲ୍ଲା ଗୁରୁବାଜ (ଉଇକେଟକିପର), ଇକ୍ରାମ ଅଲିଖିଲ (ଉଇକେଟ କିପର), ହଜରତୁଲ୍ଲା ଜାଜାଇ, ରହମତ ଶାହା, ନଜିବୁଲ୍ଲା ଜାଦ୍ରାନ, ମହମ୍ମଦ ନବୀ, କରିମ ଜନତ, ଅଜମୁଲ୍ଲା ଓମାରଜାଇ, ଶରାଫୁଦ୍ଦିନ ଅଶରଫ, ମୁଜୀବ ଉର ରେହମାନ, ଫରିଦ ଅହମ୍ମଦ, ନବୀନ ଉଲ ହକ, ନୁର ଅହମ୍ମଦ, ମହମ୍ମଦ ସଲିମ, କାଇସ ଅହମ୍ମଦ, ଗୁଲବାଦିନ ନାଏବ, ରଶିଦ ଖାନ
Share