ବିଶ୍ୱକପ ୨୦୨୩: ଇତିହାସ ରଚିଲା ଆଫଗାନିସ୍ତାନ, ପାକିସ୍ତାନକୁ ୮ ୱିକେଟ ହରାଇଲା

ଚେନ୍ନାଇ: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ବିଜୟକୁ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ବର୍ମାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୮୩ ରନ୍‌ର ଟାର୍ଗେଟକୁ ପିଛା କରି ଆଫଗାନିସ୍ତାନ ରହମାନୁଲ୍ଲା ଗୁରୁବାଜ ଏବଂ ଇବ୍ରାହିମ ଜର୍ଦାନଙ୍କ ଓପନିଂ ଯୋଡି ଦ୍ୱାରା ଏକ ଭଲ ଆରମ୍ଭ ହୋଇଥିଲା।

ଉଭୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ୱିକେଟ୍ ପାଇଁ ୧୩୦ ରନ୍ ଭାଗିଦାରୀ କରିଥିଲେ। ୬୫ ରନ୍ ସ୍କୋର କରିବା ପରେ ରହମନୁଲ୍ଲା ଗୁରୁବାଜ ଆଉଟ୍ ହୋଇଥିଲେ। ଇବ୍ରାହିମ ଜର୍ଦାନ୍ ୮୭ ରନ୍ ସ୍କୋର କରିବା ପରେ ହାସନ ଅଲିଙ୍କ ଶିକାର ହୋଇଥିଲେ। ଏହା ପରେ, କ୍ରିଜକୁ ଆସିଥିବା ରହମତ ଶାହା ଏବଂ ହାଶମତୁଲ୍ଲା ଶାହିଦି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦୁହେଁ ଶେଷ ବଲରେ ଦଳକୁ ବିଜୟ ମୁକୁଟ ପିନ୍ଧାଇଥିଲେ।

 

Share