କାବୁଲ,୧୬।୩: ଆଫଗାନିସ୍ତାନର ତାଖର ପ୍ରଦେଶରେ ଏକ ବସ ଓଲଟି ପଡ଼ି ପରେ ଅତିକମରେ ୧୭ ଜଣ ସୁନା ଖଣି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବସ ତାଖର ପ୍ରଦେଶର ଚାହ ଅବ ଜିଲାରୁ ଅଞ୍ଜିର ଅଞ୍ଚଳର ଏକ ସୁନା ଖଣି ଅଭିମୁଖେ ଯାଉଥିଲା।
ଏହି ଦୁର୍ଘଟଣା ଚାହ ଅବ କେନ୍ଦ୍ର ଏବଂ ଅଞ୍ଜିର ଅଞ୍ଚଳରେ ଥିବା ଖଣି ମଧ୍ୟରେ ଘଟିଛି। ତାଲିବାନର ଚାହ ଅବ ଜିଲା ଗଭର୍ନର ମଲ୍ଲିକ ଜମାନୁଦ୍ଦିନଙ୍କ ଅନୁଯାୟୀ ସମସ୍ତ ବସ୍ରେ ଥିବା ସମସ୍ତ ବ୍ୟକ୍ତି ସୁନା ଖଣି କର୍ମଚାରୀ ଥିଲେ।