Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ଆଫଗାନିସ୍ତାନ ଟିମ୍‌ର ବଡ଼ ନିଷ୍ପତ୍ତି, ମେଣ୍ଟର ଭାବେ ଏହି ଭାରତୀୟ କ୍ରିକେଟରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ,୩।୧୦: ଦିନ କେଇଟା ପରେ ଆରମ୍ଭ ହେବ ବିଶ୍ୱକପ୍‌ ୨୦୨୩। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅକ୍ଟୋବର ୫ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାପୂର୍ବରୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ସୋମବାର ଦଳର ପରାମର୍ଶଦାତା(ମେଣ୍ଟର)ଙ୍କ ନାମ ଘୋଷଣା କରିଛି। ଭାରତୀୟ ଦଳ ପୂର୍ବ ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ଅଜୟ ଜାଡେଜାଙ୍କୁ ଦିନିକିଆ ବିଶ୍ୱକପ୍‌ ଲାଗି ଦଳର ମେଣ୍ଟର ଭାବେ ନିଯୁକ୍ତି ଦେଇଛି। କେବଳ ବିଶ୍ୱକପ୍‌ ଶେଷ ହେବା ଯାଏ ତାଙ୍କୁ ଏହି ଦାୟିତ୍ୱ ମିଳିଛି।

ପ୍ରକାଶ ଯେ, ଆଫଗାନିସ୍ତାନ ଅକ୍ଟୋବର ୭ରେ ଧର୍ମଶାଳାରେ ପ୍ରଥମ ମୁକାବିଲା ଖେଳିବ। ଏହିମୁକାବିଲାରେ ବାଲାଂଦେଶକୁ ଭେଟିବ ଦଳ। ଏହି ମ୍ୟାଚ୍‌ ଲାଗି ଦଳ ନୂଆ ରଣନୀତି ସହ ଓହ୍ଲାଇବ ବୋଲି କୁହାଯାଉଛି।

Share