ଆଫଗାନିସ୍ତାନରେ ଭୂକମ୍ପ: ୨ହଜାରରୁ ଅଧିକ ମୃତ

କାବୁଲ,୮।୧୦: ଉତ୍ତର-ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଗୋଟିଏ ପରେ ଗୋଟିଏ ହୋଇ ୭ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହି ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨ହଜାରକୁ ବୃଦ୍ଧି ପାଇଛି। ତାଲିବାନ ମୁଖପାତ୍ର ଏପ୍ରସଙ୍ଗରେ କହିଛନ୍ତି, ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଏହା ସବୁଠାରୁ ଭୟଙ୍କର ଭୂକମ୍ପ ଅଟେ। ଦେଶର ଜାତୀୟ ବିପର୍ଯ୍ୟୟ ପ୍ରାଧିକରଣ କହିଛି, ଆଫଗାନିସ୍ତାନରେ ୬.୩ରେକ୍ଟର ସ୍କେଲରେ ଥରିଉଠି ଦେଶରେ ବହୁତ କ୍ଷୟକ୍ଷତି ହୋଇଛି।

ଅଧିକାରୀଙ୍କ କହିବାନୁସାରେ, ଜିନ୍ଦା ଜାନ ଏବଂ ଘୋରିୟାନ ଜିଲାର ବାରଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହାପୂର୍ବରୁ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର ଜନନ ସାକ କହିଛନ୍ତି, ଶନିବାର ହୋଇଥିବା ଭୂକମ୍ପରେ ହେରାଟର ଜିନ୍ଦା ଜନ ଜିଲାର ତିନୋଟି ଗ୍ରାମରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି।

Share