Posted inଖେଳ

ଦୀପାବଳି ଭଳି ଫୁଟିଲା ବାଣ, ରାସ୍ତାରେ ଧୁମ୍‌ ନାଚିଲେ ପ୍ରଶଂସକ; ଆଫଗାନିସ୍ତାନର ଐତିହାସିକ ବିଜୟ ପରେ କାବୁଲରେ ଉତ୍ସବ;Video

କାବୁଲ,୨୭।୨: ପାକିସ୍ତାନରେ ଆୟୋଜିତ ଚାମ୍ପିଅନ୍ସ ଟ୍ରଫିରେ ଆଫଗାନିସ୍ତାନ ଟିମ୍‌ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଛି। ସେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଦଳ ଏକ ରୋମାଞ୍ଚକର ମ୍ୟାଚ୍‌ରେ ଇଂଲଣ୍ଡ ଭଳି ଦଳକୁ ୮ ରନରେ ପରାସ୍ତ କରି ଟୁର୍ନାମେଣ୍ଟରୁ ବାହାର କରିଦେଇଛି। ଏଥିସହିତ ଦଳ ଏହି ଟୁର୍ନାମେଣ୍ଟରେ ଏହାର ପ୍ରଥମ ବିଜୟ ହାସଲ କରିଛି। ଏହାକୁ ନେଇ କେବଳ ଖେଳାଳିମାନେ ଉତ୍ସବ ପାଳନ କରିନାହାନ୍ତିି ବରଂ ଆଫଗାନିସ୍ତାନ ପ୍ରଶଂସକମାନେ ମଧ୍ୟ ଏସବୁରେ ପଛରେ ରହି ନାହାନ୍ତି। ଇଂଲଣ୍ଡ ବିପକ୍ଷରେ ଦଳର ବିଜୟ ପରେ ଆଫଗାନିସ୍ତାନରେ ଦୀପାବଳି ଭଳି ପରିବେଶ ସୃଷ୍ଟି ହୋଇଥିଲା।
ଲାହୋରରେ ଇଂଲଣ୍ଡ ବିପକ୍ଷରେ ବିଜୟ ଲାଭ କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଉତ୍ସବ ମନା ଯାଇଥିଲା। ପ୍ରଶଂସକମାନେ ରାସ୍ତାକୁ ଓହ୍ଲାଇ ଧୁମ ଧାମ୍‌ରେ ଉତ୍ସବ ପାଳନ କରିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେମାନେ ନିଆଁ ଲଗାଇବା ସହ ପ୍ରଚୁର ବାଣ ଫୁଟାଉଥିବା ଦେଖାଯାଉଛି। କିଛି ପ୍ରଶଂସକଙ୍କୁ ବାଇକ ଷ୍ଟଣ୍ଟ କରୁଥିବାର ମଧ୍ୟ ଦେଖାଯାଇଛି। କେବଳ ଏତିକି ନୁହେଁ ହଜାର ହଜାର ପ୍ରଶଂସକ ନିଜ ଦଳର ବିଜୟକୁ ପାଳନ କରିବା ପାଇଁ ରାସ୍ତାରେ ଏକ ରାଲି ବାହାର କରିଥିଲେ। ଏହି ସମୟରେ ଅନେକ ପ୍ରଶଂସକ ଗାଡ଼ି ଉପରେ ନାଚୁଥିବାର ଦେଖାଯାଇଥିଲା। ସେହିଭଳି ରାସ୍ତାରେ ଅନେକ ଲୋକ ନାଚୁଥିଲେ।
ଆଫଗାନିସ୍ତାନ ଦଳ ଯେଉଁଭଳି ପରିସ୍ଥିତିରୁ ବିଜୟ ଲାଭ କଲା  ତାହା ଦେଖିବା ପରେ ବିଶ୍ୱର ମହାନ ଖେଳାଳିମାନେ ଚକିତ ହୋଇଯାଇଛନ୍ତି। ଲାହୋରରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୭ ରନରେ ୩ ଉଇକେଟ ହରାଇଥିଲା। ଏହା ପରେ ଇବ୍ରାହିମ ଜାଦ୍ରନ ୧୭୭ ରନର ଇନିଂସ ଖେଳିଥିଲେ। ଅଧିନାୟକ ହଶମତୁଲ୍ଲା ଶାହିଦି ୪୦ ରନ ଏବଂ ଆଜମତୁଲ୍ଲା ଓମାରଜାଇ ୪୧ ରନ ଯୋଗଦାନ କରି ଦଳର ସ୍କୋରକୁ ୩୨୫ ରେ ପହଞ୍ଚାଇଥିଲେ।

ଜବାବରେ ରୁଟ୍‌ଙ୍କ ଶତକ ଯୋଗୁ ଇଂଲଣ୍ଡ ୬ ଉଇକେଟ ହରାଇ ୨୮୭ ରନ କରିଥିଲା ଏବଂ ବିଜୟ ନିକଟତର ମନେ ହେଉଥିଲା। କିନ୍ତୁ ଆଜମତୁଲ୍ଲା ଓମାରଜାଇ ପ୍ରଥମେ ରୁଟ୍‌ ଏବଂ ପରେ ଜେମି ଓଭରଟନ୍‌ଙ୍କ ଉଇକେଟ ନେଇ ଇଂଲଣ୍ଡକୁ ପରାଜୟମୁହାଁ କରିଥିଲେ। ଶେଷ ଓଭରରେ ୧୩ ରନ ରକ୍ଷା କରି ଓମାରଜାଇ ଆଦିଲ ରଶିଦଙ୍କ ଉଇକେଟ ନେଇ ଇନିଂସ ଏବଂ ମ୍ୟାଚ୍‌ର ଅନ୍ତ ଘଟାଇଥିଲେ। ଏହି କାରଣରୁ ଇଂଲଣ୍ଡ ଟିମ୍‌ ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ରାଉଣ୍ଡରୁ ବାଦ୍‌ ପଡ଼ିଥିଲା। ଆପଣଙ୍କୁ କହିରଖୁଛୁ ଯେ ଏହା ପୂର୍ବରୁ ଆଫଗାନିସ୍ତାନ ୨୦୨୩ ODI ବିଶ୍ୱକପ ସମୟରେ ମଧ୍ୟ ଇଂଲଣ୍ଡକୁ ପରାସ୍ତ କରିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri