Categories: ଖେଳ

ସୁପର-୪ରେ ଆଫଗାନିସ୍ତାନ

ଦୁବାଇ,୩୧ା୮(ପି.ଟି): ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ସୁପର୍‌-୪ରେ ପ୍ରବେଶ କରିଛି ଆଫଗାନିସ୍ତାନ। ଗ୍ରୁପ୍‌ ବିରେ କ୍ରମାଗତ ଦ୍ୱିତୀୟ ବିଜୟ ସହିତ ସୁପର-୪ ବର୍ଥ ପକ୍କା କରିଛି ଦଳ। ସ୍ପିନର ଓ ନଜିବୁଲଲ୍ଲା ଜାର୍ଦାନଙ୍କ ଧୂଆଁଧାର ୪୩ ରନ ବଳରେ ଦଳ ବାଂଲାଦେଶ ବିପକ୍ଷରେ ୭ ଉଇକେଟରେ ବିଜୟୀ ହୋଇଛି। ୧୨୮ ରନର ପିଛା କରୁଥିବା ଆଫଗାନିସ୍ତାନ ପକ୍ଷରୁ ନଜିବୁଲ୍ଲା ୧ ଚୌକା ଓ ୬ ଛକା ମାରିଥିଲେ। ମୋସାଡେକ ହୋସେନ୍‌, ମହମ୍ମଦ ସଫିଉଦ୍ଦିନ୍‌ ଓ ସାକିବ୍‌ ଉଲ ହସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମୁଜିବ୍‌ ଉର ରେହମାନଙ୍କ ଘାତକ ବୋଲିଂ କାରଣରୁ ଦଳ ୨୮ ରନରେ ୪ ଉଇକେଟ ହରାଇଥିଲା। ଶେଷ ଆଡକୁ ମୋସାଡେକ୍‌ ହୋସେନ୍‌ଙ୍କ ଅପରାଜିତ ୪୮ ଓ ମହମ୍ମଦୁଲ୍ଳାଙ୍କ ୨୭ ରନ ବଳରେ ଦଳ ୧୨୭ ରନ କରିଥିଲା। ୩୧ ବଲ ଖେଳିଥିବା ମୋସାଡେକ୍‌ ୪ ଚୌକା ଓ ୧ ଛକା ମାରିଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର୍‌ ରେହମାନ ଓ ରାଶିଦ ଖାନ୍‌ ୩ ଉଇକେଟ ନେଇଥିଲେ। ମୁଜିବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Share