Categories: ଖେଳ

ବର୍ଷା ଯୋଗୁ ଆଫଗାନିସ୍ତାନ-ଆୟାର୍ଲାଣ୍ଡ ମ୍ୟାଚ୍‌ ବାତିଲ୍‌

ମେଲବୋର୍ନ,୨୮।୧୦: ମେଲବୋର୍ନରେ ଲଗାତାର ବର୍ଷା ହେତୁ ଆଫଗାନିସ୍ତାନ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ମ୍ୟାଚ ବାତିଲ୍‌ ହୋଇଯାଇଛି। ଏହି ମ୍ୟାଚରେ ଏତେ ଜୋର ବର୍ଷା ହୋଇଥିଲା ଯେ ଟସ ମଧ୍ୟ ନ ଥିଲା। ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ଦିଆଯାଇଛି। ସୁପର-୧୨ରେ ଆୟର୍ଲାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହା ତୃତୀୟ ମ୍ୟାଚ ଥିଲା। ଆଫଗାନିସ୍ତାନ ଗୋଟିଏ ମ୍ୟାଚ ହାରିଛି ଏବଂ ଦୁଇଟି ମ୍ୟାଚ ବାତିଲ ହୋଇଛି। ଏହା ସହିତ ସେ ତିନିଟି ମ୍ୟାଚରୁ ଆଫଗାନିସ୍ତାନ ଆକାଉଣ୍ଟରେ ଦୁଇଟି ପଏଣ୍ଟ ରହିଛି। ଏଥି ସହିତ ଆୟାର୍ଲାଣ୍ଡ ଗୋଟିଏ ମ୍ୟାଚ ଜିତିଛି ଏବଂ ଗୋଟିଏ ମ୍ୟାଚ ହାଇଛି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ବାତିଲ ହେତୁ ଆୟର୍ଲାଣ୍ଡକୁ ଗୋଟିଏ ପଏଣ୍ଟ ମିଳିଛି। ଫଳରେ ବର୍ତ୍ତମାନ ତିନୋଟି ମ୍ୟାଚରୁ ଆୟାର୍ଲାଣ୍ଡ ତିନୋଟି ପଏଣ୍ଟ ପାଇଛି।

Share